ବର୍ତମାନ ରାଜନୀତିରେ ଚାଣକ୍ୟ
ଅଶୀଦଶକ ଓ ନବେ ଦଶକରେ ଜାତୀୟ ସ୍ତରରେ ବିଭିନ୍ନ ପ୍ରକାର ଚାଣକ୍ୟ ଜାତୀୟ ରାଜନୀତିକୁ ପରିଚାଳିତ କରୁଥିଲେ । ସେମାନଙ୍କ ମଧ୍ୟରେ ଅରୁଣ ନେହେରୁ, ଆର.କେ ଧାୱନ, ଚନ୍ଦ୍ରାସ୍ୱାମୀ, ପ୍ରମୋଦ ମହାଜନ, ଅମର ସିଂହ ପ୍ରଭୃତି ପ୍ରମୁଖ ଥିଲେ । ସମୟର ପ୍ରବାହରେ ସେମାନେ ନିନ୍ଦିତ ଓ ପ୍ରଂଶସିତ ମଧ୍ୟ ହୋଇଥିଲେ । ସେହିପରି ଆମ ରାଜ୍ୟରେ ମଧ୍ୟ ଚାଣକ୍ୟ ମାନଙ୍କର ଅଧିପତ୍ୟ ରହିଥିଲା ଏବଂ ରହିବ ମଧ୍ୟ, ଏହାର କାରଣ କ୍ଷମତା ଏବଂ ଅର୍ଥ ଯଦି ଅପର୍ଯ୍ୟାପ୍ତ ପରିମାଣରେ ହାତକୁ ଆସିଗଲେ ଶାସକର ଚିନ୍ତାଶକ୍ତି ଲୋପ ପାଇଯାଏ । ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଇପାରେ ନାହିଁ ତେଣୁ ଚାଣକ୍ୟରୁପି ସଲାହାକାର ବା ପରାମର୍ଶଦାତାଙ୍କର ଶରଣାପନ୍ନ ହୁଏ ।
ଆମ ରାଜ୍ୟରେ ହରେକୃଷ୍ଣ ମହତାବ, ନିରଞ୍ଜନ ପଟ୍ଟନାୟକ,ବିଜୟ ମହାପାତ୍ର ଓ ପ୍ୟାରୀମୋହନ ମହାପାତ୍ର ପ୍ରମୁଖ ଚର୍ଚ୍ଚିତ ଥିଲେ । ପୂର୍ବ ସବୁ ରାଜନୈତିକ ନେତାମାନେ ରାଜନୈତିକ ବ୍ୟକ୍ତିମାନଙ୍କୁ ନିଜର ପରାମର୍ଶଦାତା ଭାବରେ ରଖି ସେଭଳି ସଫଳ ହୋଇପାରିନଥିଲେ ଯେପରି ନବୀନ ବାବୁ ଅଣ ରାଜନୈତିକ ଅମଲାତନ୍ତ୍ରୀମାନଙ୍କୁ ନିଜର ପରାମର୍ଶଦାତା ଭାବେ ରଖି ସଫଳ ହୋଇଛନ୍ତି । ଏମାନଙ୍କୁ ରଖିଲେ ବିପଦ କମ୍ ଥାଏ କାରଣ ଏମାନେ ପେଷାଦାର ରାଜନୈତିକ ବ୍ୟକ୍ତି ନୁହନ୍ତି କିନ୍ତୁ ଏମାନେ ୩୦ ରୁ ୩୫ ବର୍ଷକାଳ ରାଜନୈତିକ କର୍ମୀମାନଙ୍କ ସହିତ ମିଶି କିଏ କ’ଣ? କିପରି ପରିଚାଳିତ ହେବ ତାହା ଭଲଭାବରେ ଯାଣିଥାନ୍ତି । ତେଣୁ ସେମାନେ ଏଥିରେ ସଫଳ ହୁଅନ୍ତି କିନ୍ତୁ କ୍ଷମତା ଓ ଅର୍ଥ ଆସିଗଲେ ନିଜ ଚାରିପାଖରେ ଚାଟୁକାର ଓ ସ୍ୱାର୍ଥକୈନ୍ଦ୍ରୀକ ବ୍ୟକ୍ତିମାନଙ୍କ ପ୍ରଭାବରେ ଉକ୍ତ ବ୍ୟକ୍ତିଟି ନିଜ ଅଲକ୍ଷରେ ପ୍ରବଳ ଅହଂକାରୀ ପାଲଟିଯାଏ ଏବଂ ନିଜକୁ ସବୁକିଛି ଭାବିବସେ ଯାହାଦ୍ୱାରା ତାର ପତନ ଆରମ୍ଭ ହୋଇଯାଏ । ଇତିହାସ ଦ୍ୱାରା ଏହା ପରିକ୍ଷିତ । ତଥାପି ଚାଣକ୍ୟରୁପି ବ୍ୟକ୍ତିମାନେ ନିଜକୁ ନସୁଧାରି ଅନ୍ୟର ଦୋଷତୃଟି ଖୋଜିବାରେ ଲାଗେ । ଶାସ୍ତ୍ର ଅନୁସାରେ କାହାର ଅହଂକାର ଭଗବାନ ସହିପାରନ୍ତିନି । ବେଳ ଥାଉ ଥାଉ ଉକ୍ତ ବ୍ୟକ୍ତିମାନେ ନିଜକୁ ସୁଧାରିନେବା ଆବଶ୍ୟକ ।