
ଫେବୃଆରୀ ୪ରୁ ବିଧାନସଭା ଅଧିବେଶନ
ଭୁବନେଶ୍ୱର,୧୪ା୧: ଆସନ୍ତା ଫେବୃଆରୀ ୪ ତାରିଖରେ ଓଡିଶା ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ସମେତ ୪ ମାସିଆ ଲେଖା ଅନୁଦାନ (ଭୋଟ୍ – ଅନ୍ -ଆକାଉଂଟ) ଉପସ୍ଥାପନ ହେବ । ଏସମ୍ପର୍କରେ ସଂସଦୀୟ ବ୍ୟାପାର ବିଭାଗକୁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ପରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ପଠାଯିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ରାଜ୍ୟପାଳଙ୍କ ସହମତି ପାଇଁ ପଠାଯିବ । ରାଜଭବନ ସଚିବାଳୟ ପକ୍ଷରୁ ଅଧିବେଶନ ନେଇ ସମନ ଜାରୀ କରାଯିବ ।
