
ଫେବୃଆରୀ ୧ରେ ଅନ୍ତରୀଣ ବଜେଟ୍
ନୂଆଦିଲ୍ଲୀ,୯ା୧ : ଆସନ୍ତା ଜାନୁଆରୀ ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରି ୧ ତାରିଖରେ ଲୋକସଭାରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ପରେ ଲୋକସଭା ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ । ବୁଧବାର ଅନୁଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଫେବ୍ରୁଆରୀ ୧୩ ତାରିଖ ଯାଏ ଅଧିବେଶନ ଚାଲିବ ବୋଲି ଜଣାପଡିଛି ।
