Connect with us

ଦେଶ

‘ପ୍ରହାର’ର ସଫଳ ପରୀକ୍ଷଣ l

‘ପ୍ରହାର’ର ସଫଳ ପରୀକ୍ଷଣ

‘ପ୍ରହାର’ର ସଫଳ ପରୀକ୍ଷଣ
ଭୁବନେଶ୍ୱର,୨୦ା୯ : ରାଜ୍ୟରେ ପାଗ ଖରାପ ଓ ଅତି ପ୍ରବଳ ବର୍ଷା ଚାଲିଥିବା ବେଳେ ଡିଆରଡିଓ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଏକ ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ ମିସାଇଲ ‘ପ୍ରହାର’ର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ଚାନ୍ଦିପୁର ସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚିଂ ପ୍ୟାଡରୁ ଏକ ମୋବାଇଲ ଲଞ୍ଚ ପ୍ୟାଡରୁ ନିକ୍ଷେପ କରାଯାଇଥିଲା ଓ କ୍ଷେପଣାସ୍ତ୍ରଟି ନିର୍ଭୁଲ ଭାବେ ନିଜର ଲକ୍ଷ୍ୟ ଭେଦ କରିଥିଲା ।

ପ୍ରାୟ ୧୫୦ କିଲୋମିଟର ଲକ୍ଷ୍ୟ ଭେଦ କ୍ଷମତା ରଖୁଥିବା ଏହି ପ୍ରହାର ମିସାଇଲ ପରୀକ୍ଷାର ସବୁ ମାନଦଣ୍ଡକୁ ପୂରଣ କରିଥିଲା ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ଏଥିରେ ଅତ୍ୟାଧୁନିକ ନାଭିଗେସନ, ଗାଇଡାନ୍ସ ଓ ଇଲେକ୍ଟ୍ରୋମେକାନିକାଲ ଆକଚୁଏସନ ସିଷ୍ଟମ ରହିଛି । ଏକ କମ୍ପ୍ୟୁଟର ଦ୍ୱାରା ଏହାକୁ ନିୟନ୍ତ୍ରଣ କରିହେବ ।

କ୍ଷେପଣାସ୍ତ୍ରଟି ଲଞ୍ଚ ପ୍ୟାଡରୁ ନିକ୍ଷେପ ହେବା ପରେ ଉପରକୁ ଉଠିଥିଲା ଓ ଏହାପରେ ନିଜର ଟାର୍ଗେଟକୁ ଖୋଜି ସେହି ଦିଗରେ ଯାଇଥିଲା । ମାତ୍ର ୧୦ ମିନିଟ୍ ମଧ୍ୟରେ ଏହା ନିଜର ସର୍ବୋଚ୍ଚ ବେଗ ହାସଲ କରିନେଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ