
ନୂଆଦିଲ୍ଲୀ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧକ୍ଷ ଅମିତ ଶାହା ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବର୍ତ୍ତମାନ ଏକ ବୈଠକ ରେ ମିଳିତ ହୋଇଛନ୍ତି l ଏହି ବୈଠକରେ 15ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଚାରିଟି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି l ଉକ୍ତ ବୈଠକରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ବାର୍ତାଳାପ ହବ l ଆସନ୍ତା ନିର୍ବାଚନରେ ଦଳ କେତେ ସଂଖ୍ୟକ ସ୍ଥାନ ଜିତିବାର ସମ୍ଭାବନା ଅଛି ଓ କଣ କଣ ଅସୁବିଧା ଅଛି ତା ଉପରେ ବିଚାର ବିମର୍ଷ ହୋଇଯାଇଛି l ଯେଉଁସବୁ ରାଜ୍ୟ ଗୁଡିକରେ ବିଧାନସଭା ନିର୍ବାଚନ ହବାର ଅଛି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଅଲଗା ଅଲଗା ବୈଠକ ହେବାର ଅଛି l କୃଷକ ମାନଙ୍କ ବିଷୟରେ ମଧ୍ୟ ଚର୍ଚା ହୋଇଅଛି l
