
ପୁରୀ:- ଗତ ପୁରୀ ବନ୍ଦ ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପୁରୀ ସିଂହଦ୍ୱାର ଥାନାରେ ୯ଟି କେସ୍ ରୁଜୁ ହୋଇଛି । ସେଥିରୁ ୨ଟି କେସ୍ରେ ପୋଲିସ ଶନିବାର ୧୨ଜଣଙ୍କୁ ଗିରଫ କରିଛି । ସିଂହଦ୍ୱାର ଫାଣ୍ଡି ଭଙ୍ଗାରୁଜା ଓ ପୋଡ଼ିବା ଘଟଣା ସମେତ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ୧୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଭଙ୍ଗାରୁଜା ବେଳେ ବିକ୍ଷୋଭକାରୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଚାଉଳ, ଟଙ୍କା ସମେତ ବିଭିନ୍ନ ଜିନିଷପତ୍ର ଲୁଟି ନେଇଥିଲେ। ଏକ ଚାଉଳ ବସ୍ତାକୁ ପୋଲିସ ଜଣେ ଅଭିଯୁକ୍ତଙ୍କ ଘରୁ ଜବତ କରିଛି।
