
ପୁଣି ଚକମା ଦେଲା ବାଘୁଣୀ ସୁନ୍ଦରୀ
ଟ୍ରାଙ୍କୁଲାଇଜର ଲକ୍ଷ୍ୟଭ୍ରଷ୍ଟ
ଭୁବନେଶ୍ୱର,୫ା୧୧: ଟିକରପଡ଼ାରେ ସୁନ୍ଦରି ଘୁରୁଛି । ମଧ୍ୟପ୍ରଦେଶରୁ ଆସିଥିବା ଟିମ୍ ବାଘୁଣୀ ସୁନ୍ଦରୀ ସହିତ ୪ ଥର ମୁହାଁମୁହିଁ ହୋଇଥିଲା । ସେମାନେ ଟ୍ରାଙ୍କୁଲାଇଜ କରିବାପାଇଁ ଚେଷ୍ଟା କରିଥିଲେ ହେଁ ଲକ୍ଷ୍ୟଭ୍ରଷ୍ଟ ଯୋଗୁଁ ସଫଳତା ପାଇନଥିଲେ । କିନ୍ତୁ ହତୋତ୍ସାହ ନ ହୋଇ ବନ ବିଭାଗ ଓ ଟିମ୍ ତାଙ୍କର ଚେଷ୍ଟା ଜାରି ରଖିଛନ୍ତି । ଅଧିକ ହାତୀ ମଗେଇବାପାଇଁ ଚେଷ୍ଟା କରାଯାଉଛି ।
