
ପୁଣି ଗୁରୁଙ୍କ ନାମରେ ଲାଗିଲା କଳଙ୍କ : ନାବାଳିକା ଛାତ୍ରୀଙ୍କୁ ଅପହରଣ କଲେ ନୃତ୍ୟ ଗୁରୁ
କେନ୍ଦୁଝର, ୧୮ ମାର୍ଚ୍ଚ – ପୁଣି ଗୁରୁ ନାମରେ ଲାଗିଲା କଳଙ୍କ । ଗୁରୁଙ୍କ ନାମକୁ ବଦନାମ କଲେ ଆଉ ଜଣେ ନୃତ୍ୟ ଶିକ୍ଷକ । ନିଜର କାମନା ବାସନା କୁ ଚରିତାର୍ଥ କରିବା ପାଇଁ ଅପହରଣ କଲେ ଜଣେ ନାବାଳିକା ଛାତ୍ରୀଙ୍କୁ । ଗୁରୁଙ୍କ ନାଁରେ କଳଙ୍କ ବୋଳିଲେ ନୃତ୍ୟ ଗୁରୁ । ଶିକ୍ଷା ଭଳି ପବିତ୍ର ମନ୍ଦିରରେ ଗୁରୁ ବେଶ ଧାରୀ ରାବଣର ରାଜତ୍ୱ । ଏବଂ ସେହି ରାବଣର କବଳରେ ନିରୀହ ଛାତ୍ରୀ ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅର୍ନ୍ତଗତ ଶିବ ନାରାୟଣ ପୁର ଗୋଡା ଗାଁ ସରକାରୀ ଛାତ୍ରୀ ନିବାସରେ ।
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅର୍ନ୍ତଗତ ଶିବନାରାୟଣପୁର ଗୋଡା ଗାଁରେ ରହିଛି ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ।ଏହି ସ୍କୁଲରେ ରହିଛି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ । ଏଠାରେ ଛାତ୍ରୀ ମାନଙ୍କୁ ନୃତ୍ୟ ଶିକ୍ଷା ଦେବା ପାଇଁ ପ୍ରମୋଦ ସାହୁ ନାମକ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ ସ୍କୁଲର ପ୍ରଧାନ ଶିକ୍ଷକ ଖଗେଶ୍ୱର ମହାନ୍ତ । ତେବେ ସେହି ନୃତ୍ୟ ଗୁରୁ ନୃତ୍ୟ ଶିକ୍ଷା ଦେଉ ଦେଉ ଜଣେ ନା ବାଳିକା ଛାତ୍ରୀଙ୍କୁ ପ୍ରେମ କରି ବସିବା ସହ ତାଙ୍କୁ ପ୍ରଲୋଭିତ କରିବା ରେ ସଫଳ ହୋଇଥିଲେ । ଏବଂ ଗତ ୧୨ ତିରିଖରେ ସଦ୍ୟ ମାଟ୍ରିକ ପରୀକ୍ଷା ଦେଇଥିବା ସଂପୃକ୍ତ ଛାତ୍ରୀଙ୍କୁ ଧରି କୋଶଳରେ ଚମ୍ପଟ ମାରିଥିଲେ । ଏ ସଂପର୍କରେ ପରିବାର ପକ୍ଷରୁ ତେଲକୋଇ ଥାନାରେ ଅଭିଯୋଗ କରାଯାଇଥିଲା । ଶନିବାର ଦିନ ଦିନ ପ୍ରାୟ ୫ଟା ସମୟରେ ହରିଚନ୍ଦନପରୁ ଥାନା ଅର୍ନ୍ତଗତ ବୁଢାଖମଣ ପଚାଂୟତର ନଳପଙ୍ଗା ଗାଁରୁ ନାବାଳିକାକୁ ଉଦ୍ଧାର କରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ତା ସହିତ ନୃତ୍ୟ ଗୁରୁ ପ୍ରମୋଦ ସାହୁଙ୍କୁ ମଧ୍ୟ ଗିରଫ କରିଛି ।
ହରିଚନ୍ଦନପୁର ପୋଲିସ କେସ ନମ୍ବର୨୫/୨୦୧୯ ରେ ଏକ ଅପହରଣ ମାମଲା ରୁଜ୍ଜୁ କରି ଅପରାଧୀକୁ କୋର୍ଟ ଚାଲାଣ କରିଛି । ସରକାରୀ ନିୟମକୁ ଖୋଲା ଖୋଲି ଉଲଙ୍ଘନ କରି ଛାତ୍ରୀ ନିବାସରେ ଜଣେ ପୁରୁଷ ପିଲାକୁ କେଉଁ ଆଧାରରେ ସ୍କୁଲର ପ୍ରଧାନ ଶିକ୍ଷକ ନୃତ୍ୟ ଶିକ୍ଷକ ଭାବେ ନିଯୁକ୍ତି ଦେଇ ସ୍କୁଲ ପରିସରରେ ରହିବାକୁ ଅନୁମତି ଦେଇଥିଲେ ତାହା ଉପରେ ଏବେ ଉଠିଛି ପ୍ରଶ୍ନ । ଏହାର ନୀରପେକ୍ଷ ତଦନ୍ତ ସହ ଅପରାଧୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଶିବନାରାୟଣ ପୁରଗୋଡା ପଚାଂୟତର ସରପଂଚ ଶିରପାଣି ଦେହୁରୀ । ଏ ସର୍ମ୍ପକରେ ତାଙ୍କ ସଫେଇରେ ସ୍କୁଲର ପ୍ରଧାନ ଶିକ୍ଷକ ଖଗେଶ୍ୱର ମହାନ୍ତ ,ସୁରଭି କାର୍ଯ୍ୟକ୍ରମ ପାଇଁ ନୃତ୍ୟ ଶିକ୍ଷା ଦେବା ପାଇଁ ସେହି ନୃତ୍ୟ ଗୁରୁ ପ୍ରମୋଦ ସାହୁ ଙ୍କୁ ସେ ନିଯୁକ୍ତି ଦେଇଥିବାକୁ ସ୍ୱୀକାର କରିଛନ୍ତି । ଏଭଳି ଘଟଣା ଏ ଅଂଚଳରେ ପ୍ରଥମ ହୋଇଥିବା କାରଣରୁ ଅଭିବାବକ ମାନେ ସ୍ୱଭାବିକ ଶଙ୍କାଗ୍ରସ୍ତ ହୋଇ ପଡିଛନ୍ତି ।
