Connect with us

ଦେଶ

“ନ୍ୟାୟିକ ସ୍ୱାଧୀନତାର ମହତ୍ୱ ରହିଛି’:-ଜଷ୍ଟିସ୍ ଦୀପକ ମିଶ୍ର

ସାଙ୍କେତିକ ଚିତ୍ର

“ନ୍ୟାୟିକ ସ୍ୱାଧୀନତାର ମହତ୍ୱ ରହିଛି’
ଭୁବନେଶ୍ୱର,୧ା୧୦ :ଆସନ୍ତାକାଲି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଅବସର ନେବେ । ଏହା ପୂର୍ବରୁ ସୋମବାର ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସୁପ୍ରିମକୋର୍ଟ ବାର ଆସୋସିଏସନ୍ ଦ୍ୱାରା ଆୟୋଜିତ ଏହି ସଭାରେ ନ୍ୟାୟିକ ସ୍ୱାଧୀନତାର ମହତ୍ୱ ରହିଛି ଏବଂ ଏହା ସଦାସର୍ବଦା ରହିବା ଉଚିତ ବୋଲି ଜଷ୍ଟିସ ମିଶ୍ର ତାଙ୍କ ବିଦୟୀ ଭାଷଣରେ କହିଛନ୍ତି । ସେ କେବେ କୌଣସି ବ୍ୟକ୍ତିର ପ୍ରତିଷ୍ଠା ବା ପୃଷ୍ଠଭୂମି ଦେଖି ବିଚାର କରିନାହାନ୍ତି । କେବଳ ଅଭିଯୁକ୍ତଙ୍କ ବିରୋଧରେ ଅ।ଗତ ଅଭିଯୋଗକୁ ଦେଖି ସର୍ବଦା ସେ ବିଚାର କରିଛନ୍ତି ବୋଲି ସେ କହିଛନ୍ତି । ତାଙ୍କ ସ୍ଥାନରେ ଜଷ୍ଟିସ୍ ରଂଜନ ଗୋଗେଇ ବୁଧବାର ନୂତନ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ।

ଜଷ୍ଟିସ୍ ମିଶ୍ର ମୁଖ୍ୟ ବିଚାରପତି ଥିବା କାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରକାଶ କରିଛନ୍ତି । ଜଷ୍ଟିସ୍ ମିଶ୍ର ଦେଶର ପ୍ରଥମ ପ୍ରଧାନ ବିଚାରପତି ଭାବେ ସର୍ବାଧିକ ସମ୍ବିଧାନ ପୀଠର ନେତୃତ୍ୱ ନେଇଛନ୍ତି । ଏମିତି କି ଅନେକ ଖଣ୍ଡପୀଠରେ ଅଧ୍ୟକ୍ଷତା କରି ଗୁଡ଼ାଏ ମାମଲାର ଫଇସଲା କରିଛନ୍ତି । ରାଜନୈତିକ, ଧାର୍ମିକ ଓ ଅର୍ଥନୈତିକ କ୍ଷେତ୍ର ପାଇଁ ମହତ୍ୱପୂର୍ଣ୍ଣ ଥିବା ଅନେକ ମାମଲାର ସେ ଉପଯୁକ୍ତ ପରିଚାଳନା କରିଛନ୍ତି । ନିକଟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ମିଶ୍ରଙ୍କ ନେତୃତ୍ୱରେ ପାଂଚ ଜଣିଆ ସମ୍ବିଧାନ ପୀଠ ଧାରା ୩୭୭ ବାବଦରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସମଲିଙ୍ଗୀ ସଂପର୍କକୁ ବର୍ଷ ବର୍ଷ ଧରି ଅପରାଧ ବିବେଚନା କରାଯାଉଥିବା ବେଳେ ଜଷ୍ଟିସ୍ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିଜର ଐତିହାସିକ ରାୟ ବଳରେ ଏହି ସଂପର୍କକୁ ଅପରାଧମୁକ୍ତ କରିଛନ୍ତି । ଫଳରେ ମାନବାଧିକାର କ୍ଷେତ୍ରରେ ଏହା ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରିଛି । ସେହିପରି ଅଯୋଧ୍ୟା , ଆଧାର , ପରକୀୟା ପ୍ରୀତି ଓ ସାବରିମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ