
ନବୀନଙ୍କ ୟୁଟର୍ଣ୍ଣ – କୌଣସି ଦଳ ଅସ୍ପୃଶ୍ୟ ନୁହନ୍ତି ବିଜେଡି ପାଇଁ ।
ଭୁବନେଶ୍ୱର,୧୫।୪ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ‘ଇଣ୍ଡିଆ ଟୁଡେ’କୁ ସାକ୍ଷାତ୍କାର ଦେଇ ଏକ ଭିନ୍ନ କଥା କହିଛନ୍ତି । ପୂର୍ବରୁ ନବୀନ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ରଖୁଥିବା କଥା କହୁଥିଲେ । କିନ୍ତୁ ସମଦୂରତା ବଦଳରେ ବର୍ତ୍ତମାନ ଓଡ଼ିଶାର ସ୍ବାର୍ଥ କଥା କହି ନବୀନ କହିଛନ୍ତିଯେ , ଯିଏ ଓଡ଼ିଶାକୁ ଲାଭ ଦେବ ବା ଯେଉଁ ଦଳ ଦ୍ୱାରା ଓଡ଼ିଶାର ଜନସାଧାରଣ ଲାଭବାନ ହେବେ , ଆମେ ତାକୁ ସମର୍ଥନ ଦେବୁ । ଯିଏ ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବ ତାକୁ ସମର୍ଥନ କରିବୁ । ସିଏ ଏନ୍ଡିଏ ହେଉ, ୟୁପିଏ ହଉ ବା ଯେ କେହି ହେଉ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ , କିଛି ଦିନ ତଳେ ଏନ୍ଡିଟିଭିକୁ ସାକ୍ଷାତ୍କାରରେ ସମଦୂରତ୍ୱ ରଖାଯିବ ବୋଲି କହିଥିଲେ ନବୀନ ।
