
ନବୀନଙ୍କୁ ୭୨ବର୍ଷ ବୟସ ହେଲା
ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୧୦ :ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୨ତମ ଜନ୍ମ ଦିବସ । ତେବେ ରାଜ୍ୟରେ ନିକଟରେ ଘଟିଯାଇଥିବା ବାତ୍ୟା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଏବଂ ଧନଜୀବନ ନଷ୍ଟ ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମ ଦିବସ ପାଳନ କରିବେ ନାହିଁ । ଏହାସହ ସଚ୍ଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପବିତ୍ର ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି ।
