ଧାମରାରେ ୨୦ଘଂଟା ପରେ ଉଠିଲା ଶବ
ଧାମରା-ବାସୁଦେବପୁର ରାଜପଥରେ ଯାତାୟତ ସ୍ୱାଭାବିକ
ଭଦ୍ରକ, ୧ ଏପ୍ରିଲ – ଗତକାଲି ରାତି ୮ଟା ସମୟରେ ଧାମରା ବନ୍ଦର ମଧ୍ୟରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବଳଭଦ୍ରପ୍ରସାଦ ଗ୍ରାମର କାର୍ତିକ ଭୂୟାଁ ପ୍ରାଣ ହରାଇଥିଲେ । ସେ ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଧାମରା ବନ୍ଦରର ଏକ ଓଡ-ି୦୧-ଭି୬୭୦୧ ଗାଡି କାର୍ତିକଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ କାର୍ତିକ ପ୍ରାଣ ହରାଇଥିଲେ । ପରେ ବନ୍ଦର କର୍ତୁପକ୍ଷ କାର୍ତିକଙ୍କ ପରିବାରକୁ ନ ଜଣାଇ ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ଭଦ୍ରକ ପୋଷ୍ଟମର୍ଟମ କରିବା ପାଇଁ ନେଉଥିବା ସମୟରେ କାର୍ତିକଙ୍କ ପରିବାର ଏବଂ ଗ୍ରାମବାସୀ ଖବର ପାଇ ସଂପୃକ୍ତ ଆମ୍ବୁଲାନ୍ସକୁ ବଳଭଦ୍ରପ୍ରସାଦ ଛକ ଠାରେ ଅଟକାଇଥିଲେ । କେଉଁ ପରିସ୍ଥିତିରେ କାର୍ତିକଙ୍କ ପରିବାରକୁ ନ ଜଣାଇ ଶବକୁ ପୋଷ୍ଟମର୍ଟମ କରିବାକୁ ନେଉଛନ୍ତି ବୋଲି ପଚାରିବାରୁ ଧାମରା ବନ୍ଦର କର୍ତୁପକ୍ଷ ଏବଂ ଆମ୍ବୁଲାନ୍ସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହି କଥାରେ ଉତ୍ୟକ୍ତ ଗ୍ରାମବାସୀ ରାତି ୮ଟା ଠାରୁ ଧାମରା -ବାସୁଦେବପୁର ରାସ୍ତାକୁ ଅବରୋଧ କରି ରଖିଥିଲେ । ଘଟଣାସ୍ଥଳରେ ଧାମରା ମେରାଇନ ଥାନାଧିକାରୀ,ବାଂଶଡା ଥାନାଧିକାରୀ ଏବଂ ଧାମରା ମେରାଇନ ଥାନାଧିକାରୀ ପହଂଚି ଉତ୍ୟକ୍ତ ଗ୍ରାମବାସୀ ମାନଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ କିଛି ଫଳ ମିଳି ନଥିଲା । ମଧ୍ୟ ରାତିରେ ଚାନ୍ଦବାଲି ଏସଡିପିଓ ଓ ଚାନ୍ଦବାଲି ତହସିଲଦାର ଆସି ସଂପୃକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିବା ବେଳେ ଗ୍ରାମବାସୀ ମାନେ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବୀ କରିବା ସହ ମାସିକ ୧୦ହଜାର କାର୍ତିକଙ୍କ ବିଧବା ପତ୍ନୀକୁ ଦେବା ପାଇଁ କହିଥିଲେ । ଗତକାଲି ଏହି କଥା ସମାଧାନ ହୋଇ ପାରି ନଥିଲା । ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇ ଥିିବା ଗାଡି ଚାଳକ ଏବଂ ମାଲିକ ଙ୍କୁ ଘଟଣା ସ୍ଥଳକୁ ଆସିବା ପାଇଁ ଦାବୀ କରିଥିଲେ । ମାତ୍ର ଧାମରା ବନ୍ଦର କର୍ତୁପକ୍ଷ ଏହି କଥାକୁ ସରଳ ସମାଧାନ କରିବାକୁ ଚାହୁଁ ନଥିଲେ କି କୌଣସି କ୍ଷତିପୂରଣ ଦେବାକୁ ଚାହୁଁ ନଥିଲେ ବୋଲି ସଂପୃକ୍ତ ଗ୍ରାମବାସୀ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲେ । ଆଜି ଅପରାହ୍ଣ ୪.୧୫ ମିନଟରେ ଧାମରା ବନ୍ଦର କର୍ତୁପକ୍ଷ ସଂପୃକ୍ତ ଗାଡିର ମାଲିକ ବିଞାନ ରାୟକୁ ଡାକି ତୁରନ୍ତ ଏହି କଥାର ସମାଧାନ କରିବାକୁ କହିଥିଲେ । ପରେ ସଂପୃକ୍ତ ଠିକାଦାର କାର୍ତିକଙ୍କ ପରିବାରକୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଚୁକ୍ତିପତ୍ର କରିବା ସହ ଧାମରା ବନ୍ଦର କର୍ତୁପକ୍ଷ କାର୍ତିକଙ୍କ ବିଧବା ପତ୍ନୀକୁ ମାସିକ ୭ହଜାର ଟଙ୍କା ଦେବେ ବୋଲି ମଧ୍ୟ ଚୁକ୍ତି ହୋଇଥିଲା । କାର୍ତିକଙ୍କ ୩ମାସର ଝିଅ ସାବାଳିକା ହେବା ପର୍ଯ୍ୟନ୍ତ ମାସିକ ୭ହଜାର ଟଙ୍କା ଭରଣପୋଷଣ ଦିଆଯିବ ବୋଲି ବନ୍ଦର କର୍ତୁପକ୍ଷ ରାଜି ହୋଇଥିଲେ । କାର୍ତିକଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ରେଡକ୍ରସରୁ ୧୦ହଜାର ଟଙ୍କା କ୍ଷତି ପୂରଣ ଦିଆଯାଇଥିଲା । ପରେ ଏହି ଚୁକ୍ତିନାମା ପରେ ବଳଭଦ୍ରପ୍ରସାଦ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିଥିଲେ । ଏବଂ ଧାମରା-ବାସୁଦେବପୁର ରାସ୍ତା ରେ ଯାତାୟତ ସ୍ୱାଭାବିକ ହୋଇଥିଲା ।
ଅପରାଧ
ଧାମରାରେ ୨୦ଘଂଟା ପରେ ଉଠିଲା ଶବ
More in ଅପରାଧ
-
ରାଜୀବ ଆବାସ ଯୋଜନା କେଳେଙ୍କାରୀ -୧
ଘର ହାତେଇବା ପାଇଁ ରାଜନୀତି ଆରମ୍ଭ ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ରାଜୀବ ଆବାସ ଯୋଜନା...
-
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’ ସରକାରଙ୍କ କାର୍ଯ୍ୟପ୍ରଣାଲୀ ଓ ଶାସକ ଦଳ ଉପରେ...
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ – ଅପରାଧୀଙ୍କୁ ପୋଲିସ...