ଦେବାଳିଆ ବ୍ୟାଙ୍କରେ ଟଙ୍କା ନ ରଖିବା ଲାଗି ସଚିବ ମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୨୩ ଅକ୍ଟୋବର – ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସ୍ଥିତିକୁ ବିଚାରକୁ ନେଇ ଟଙ୍କା ଜମା ରଖିବା ଲାଗି ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ବିଭିନ୍ନ ବିଭାଗର ସଚିବ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ଦେବାଳିଆ ହୋଇଥିବା ବ୍ୟାଙ୍କ ମାନଙ୍କରେ ଅର୍ଥ ଜମା ନ ରଖିବା ପାଇଁ କୁହାଯାଇଛି । ଯଦି କୌଣସି ଦେବାଳିଆ ବ୍ୟାଙ୍କରେ ଟଙ୍କା ଜମା ରହିଥାଏ ତେବେ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ଦାୟୀ କରାଯିବ । ଯଥେଷ୍ଟ କାରଣ ନ ଥାଇ ବ୍ୟାଙ୍କରୁ ଟଙ୍କା ନ ଉଠାଇବା ପାଇଁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଗଣ ମାଧ୍ୟମରେ କେତେକ ବ୍ୟାଙ୍କର ଦେବାଳିଆ ସ୍ଥିତି ସମ୍ପର୍କରେ ପ୍ରକାଶ ପାଇଛି । ସେଥିନେଇ ରାଜ୍ୟ ସରକାରଙ୍କର ସନ୍ଦେହ ଦେଖାଦେଇଛି । ସେଥିପ୍ରତି ସତର୍କ ରହିବା ପାଇଁ ବିଭାଗୀୟ ସଚିବ ମାନଙ୍କୁ ମଧ୍ୟ କୁହାଯାଇଛି ।