
ତିନସୁକିଆରେ ଉଲଫା ଉଗ୍ରବାଦୀଙ୍କ ଆକ୍ରମଣ – ୫ ମୃତ
ଗୌହାଟୀ :- ସଦିଗ୍ଧ ଉଗ୍ରବାଦୀମାନେ ଆସାମର ତିନସୁକିଆ ଠାରେ ଜନସାଧାରଣଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ ଗୁଡିକର ସୂଚନା ଅନୁସାରେ ଏହି ଉଗ୍ରବାଦୀ ଆକ୍ରମଣରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି ।
ଉଲଫା ଉଗ୍ରବାଦୀମାନେ ଜନସାଧାରଣଙ୍କୁ ଅପହରଣ କରି ଆଖିବୁଜା ଗୁଳି ମାଡ଼ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ, ପୂର୍ବରୁ ଅକ୍ଟୋବର ୧୩ ତାରିଖରେ ଗୌହାଟୀ ଠାରେ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।
