
ଜେ.ଇ.ଇ ମେନ ପରୀକ୍ଷାରେ ସାମିଲ ହେବ ଓଜେଇଇ
ଭୁବନେଶ୍ୱର,୨୦ା୧୨: ଜେ.ଇ.ଇ ମେନ ପରୀକ୍ଷାରେ ଓଜେଇଇ ସାମିଲ ହେବ । ଏହି ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୬ ରୁ ୨୦ ମଧ୍ୟରେ କରାଯିବ । ଇଂଟିଗ୍ରେଟ ଏମ.ଏସ.ସି ପାଇଁ ଜେଇଇ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଅସଫଳ ହେବେ ସେହି ଛାତ୍ରଛାତ୍ରୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷାକୁ ଏନଟିଏ ପରିଚାଳନା କରିବ ।
