
ଜେଏମଏମରେ ଯୋଗ ଦେଲେ ଲକ୍ଷ୍ମଣ ଟୁଡ଼ୁ
ଭୁବନେଶ୍ୱର :- ବିଜେଡ଼ିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ଼ୁ ଜେଏମଏମରେ ଯୋଗ ଦେଇଛନ୍ତି । ରାଂଚିରେ ଥିବା ଜେଏମଏମର କେନ୍ଦ୍ରୀୟ କମିଟି ବୈଠକରେ ଯୋଗଦେଇ ଦଳରେ ମିଶିଥିଲେ । ଜେଏମଏମର ସଭାପତି ଶିବୁ ସୋରେନଙ୍କ ଉପସ୍ଥିତିରେ ଶ୍ରୀ ଟୁଡ଼ୁ ଯୋଗ ଦେଇଥିଲେ । ୨୦୦୯ରୁ ୧୪ ରେ ମୟୁରଭଂଜ ଲୋକସଭା ଆସନରେ ସେ ବିଜୟୀ ହୋଇଥିଲେ ।
