Connect with us

ଓଡିଶା

ଜୁଲାଇ ୪ରେ ଶ୍ରୀଗୁଣ୍ଡିଚା ଯାତ୍ରା

ସାଙ୍କେତିକ

ଜୁଲାଇ ୪ରେ ଶ୍ରୀଗୁଣ୍ଡିଚା ଯାତ୍ରା
ଜାନୁଆରୀ ୭ରେ ବାଜିବ ପ୍ରଥମ ରଥ ଘଂଟ : ରଥ କାଠ ପାଇଁ ନୟାଗଡ଼ ଯିବ ଆଜ୍ଞାମାଳ
ପୁରୀ :-ଏ ବର୍ଷ ପବିତ୍ର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ଜାନୁଆରୀ ୭ ତାରିଖରେ ମହାପ୍ରଭୁଙ୍କ ଆଜ୍ଞାମାଳ, ମହାପ୍ରସାଦ ଅନ୍ୟାନ୍ୟ ସାମଗ୍ରୀ ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ନୟାଗଡ଼ ଯାତ୍ରା କରିବେ । ନୟାଗଡ଼ ଜଙ୍ଗଲରେ ଥିବା ଗଣିଆ କୋଠିଆ ସାହିସ୍ଥ ମା ବଡ଼ରାଉଳ ପୀଠରେ ପହଂଚି ସେଠାରେ ପୂଜାର୍ଚ୍ଚନା କରିବେ । ପରେ ପରେ ଜଂଗଲକୁ ଯାଇ ବିଧିବଦ୍ଧ ଭାବେ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ । ତା ପରେ ନୟାଗେଡ଼ ବନଖଣ୍ଡ ପକ୍ଷରୁ କାଠ କାଟିବା ପ୍ରକ୍ରିୟା ଆରମ୍ଭ ହେବ । ନୟାଗଡ଼ଠାରେ ୮ ତାରିଖ ଦିନ ପୂଜାର୍ଚ୍ଚନା ହେବ । ୭ ତାରିଖରେ ଶ୍ରୀମନ୍ଦିରରୁ ଆସିଥିବା ଆଜ୍ଞାମାଳ ଧରି ଟିମ୍ ଯିବ । ଏହି ଟିମରେ ମହାରଣା, ଭୋଇ, ଅମିନ, ଶ୍ରୀମନ୍ଦିର କର୍ମଚାରୀ ମାନେ ସାମିଲ ହେବେ ।
ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠ ଆବଶ୍ୟକ । ଏ ବର୍ଷ ୬୭୦ ଖଣ୍ଡ କାଠ ଆବଶ୍ୟକ ବୋଲି ନୟାଗଡ଼ ଡି.ଏଫ.ଓ କୁ ଜଣାଇଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗତବର୍ଷର ୧୯୫ ଖଣ୍ଡ କାଠ ମହଜୁଦ ଅଛି । ଏ ବର୍ଷ ୪୦ ଫୁଟିଆ ଧଉରା କାଠ ୭୦ ଖଣ୍ଡ ଓ ୩୦ ଖଣ୍ଡ ଅସନ କାଠ କଟାଯିବ । ସେହିପରି ୨୦ ଫୁଟିଆ ୭୨ ଖଣ୍ଡ ଧଉରାକାଠ ଓ ୭୫ ଖଣ୍ଡ ଅସନ କାଠ, ୧୨ ଫୁଟିଆ ୧୬୪ ଖଣ୍ଡ ଧଉରାକାଠ ଓ ୧୮୪ ଖଣ୍ଡ ଅସନ କାଠ କଟାଯାଇ ରଥଖଳାକୁ ଅଣାଯିବ । ଏହି କାଠ ଗୁଡ଼ଇକ ପର୍ଯ୍ୟାୟକ୍ରମେ କଟାଯାଇ ରଥଖଳାକୁ ଆସିବ । ୧୪ ଫୁଟ ଲମ୍ବ ଓ ୬ ଫୁଟ ଗୋଲେଇର ୭୨ ଖଣ୍ଡ ଫାସିକାଠ ଓ ସେହି ମାପର ୭ ଖଣ୍ଡ ସିମିଳି କାଠ କଟାଯିବ । ।

ନୟାଗଡ଼ ବନଖଣ୍ଡରେ କାଠ ନ ମିଳିଲେ ବୌଦ୍ଧ ବନାଂଚଳରୁ ଆସିବ । ରଥକାଠ ଗୋଟିଏ ପଟୁ ଓ ବାର୍କିଂ ପ୍ଲାନ ଅନୁସାରେ କଟାଯାଇ ନଥିବାରୁ ରଥକାଠ ସଂକଟ ଦେଖାଦେବ ବୋଳି ଜଙ୍ଗଲ ବିଶେଷଜ୍ଞ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା