Connect with us

ଓଡିଶା

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସଜେଇଲାଣି ଟ୍ୱିନସିଟି

ସାଙ୍କେତିକ

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସଜେଇଲାଣି ଟ୍ୱିନସିଟି
ଭୁବନେଶ୍ୱର, – ଆଜି ଚଳିତ ବର୍ଷକୁ ବିଦାୟ ଦେବା ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ହୋଟେଲ, ସାମାଜିକ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଓ କ୍ଲବ ମାନଙ୍କରେ ଜିରୋ ନାଇଟ ସେଲିବ୍ରେସନ ପାଳନ ଲାଗି ପ୍ରସ୍ତୁତି ଜୋରଦାର ଚାଲିଛି । ହୋଟେଲ ଓ କ୍ଲବ ଗୁଡିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯିବା ସହ ସେଲିବ୍ରିଟି ନାଇଟ୍ , ଡିଜେ ଓ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି ।

ବିଶେଷ କରି ଯୁବ ବର୍ଗଙ୍କୁ ଆକୃଷ୍ଠ କରିବା ପାଇଁ ସେଲ୍ଫି ଜୋନ୍ କରାଯାଇଛି । ସେହିପରି ବିଭିନ୍ନ ଚର୍ଚ୍ଚ ମାନଙ୍କରେ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ବ୍ୟତୀତ ମନ୍ଦିର ମାନଙ୍କରେ ଭିଡ଼କୁ ଦୃଷ୍ଟିରେ ରଖି ସମ୍ପୃକ୍ତ ମନ୍ଦିର ପ୍ରଶାସନ ମାନଙ୍କ ପକ୍ଷରୁ ଅନୁରୂପ ଭାବରେ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୪ ଘଂଟିଆ ପେଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯାଇଛି ।

ଲିଙ୍ଗରାଜ ମନ୍ଦିର, ପୁରୀ ଶ୍ରୀମନ୍ଦିର, କୋଣାର୍କ ମନ୍ଦିର, ରାମ ମନ୍ଦିରରେ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ତାରକା ହୋଟେଲ ମାନଙ୍କରେ ସ୍ୱତନ୍ତ୍ର ଖାଦ୍ୟ ଓ ପାନୀୟ ପ୍ରସ୍ତୁତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା