Connect with us

ଅପରାଧ

ଜାନୁଆରୀରେ ଯୋଗେଶଙ୍କ ଭାଗ୍ୟ ନିର୍ଦ୍ଧାରଣ

ସାଙ୍କେତିକ ଚିତ୍ର

ମିଥ୍ୟା ଜାତିଗତ ପ୍ରମାଣପତ୍ର ମାମଲା
ଜାନୁଆରୀରେ ଯୋଗେଶଙ୍କ ଭାଗ୍ୟ ନିର୍ଦ୍ଧାରଣ
ନୂଆଦିଲ୍ଲୀ,୨୯ା୧୦ : ସୁନ୍ଦରଗଡ଼ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ଭାଗ୍ୟ ଆସନ୍ତା ଜାନୁଆରୀ ମାସରେ ନିର୍ଦ୍ଧାରଣ ହେବ । ଜାନୁଆରୀ ତୃତୀୟ ସପ୍ତାହରେ ଆସିବ ତାଙ୍କ ବିରୋଧରେ ଆସିଥିବା ମିଥ୍ୟା ଜାତିଗତ ପ୍ରମାଣପତ୍ର ଅଭିଯୋଗ ମାମଲାର ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ଶୁଣାଇବେ । ତେବେ ଏହାରି ମଧ୍ୟରେ ଶ୍ରୀ ସିଂହ ନିଜ ବିରୋଧରେ ଆସିଥିବା ଅଭିଯୋଗର ପ୍ରତି ଜବାବ ଦେବାକୁ ତାଙ୍କୁ ସୁପ୍ରିମକୋର୍ଟ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଏକେ ସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ସୋମବାର ଏହି ମାମଲାର ଶୁଣାଣି କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ନିର୍ବାଚନ ସମୟରେ ଯୋଗେଶ ସିଂହ ନିଜକୁ ଆଦିବାସୀ ଦର୍ଶାଇ ସୁନ୍ଦରଗଡ଼ ସଂରକ୍ଷିତ ଆସନରୁ ନିର୍ବାଚନ ଲଢ଼ିଥିବା ଅଭିଯୋଗ ହୋଇଥିଲା । ଅଜୟ ପଟେଲ ଓ ବିଜେପି ପ୍ରାର୍ଥୀ ସହଦେବ ଖାକା ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରିଥିଲେ । ସେ ନିଜକୁ ଭୂୟାଁ ବୋଲି ଦର୍ଶାଇଥିବା ବେଳେ ଯୋଗେଶ ଖଣ୍ଡାୟତ ଭୂୟାଁ ଓ ଆଦିବାସୀ ଶ୍ରେଣୀରେ ଆସୁନାହାନ୍ତି ବୋଲି ଅଭିଯୋଗ ହୋଇଥିଲା । ଏହା ପ୍ରମାଣିତ ହେବା ପରେ ଚଳିତ ବର୍ଷ ଜାନୁଆରୀରେ ହାଇକୋର୍ଟ ଯୋଗେଶ୍ୱର ସଭ୍ୟ ପଦ ରଦ୍ଦ କରିଥିଲେ ।

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫେବୃଆରୀ ୧୩ ତାରିଖରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଏହାପରେ ଅପ୍ରେଲ ୧୩ରେ ସୁପ୍ରିମକୋର୍ଟ ସଭ୍ୟପଦ କାଏମ ରଖିଥିଲେ । ମାତ୍ର ସହଦେବ ଖାକା, ଯୋଗେଶଙ୍କୁ ମୂଳ ଜାତିଗତ ପ୍ରମାଣପତ୍ର ମାମଲା ନେଇ ପୁନର୍ବାର ଅପିଲ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ