
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଟ୍ୱିଟ୍ ଯୋଗେ ସ୍ପଷ୍ଟ କରିଛନ୍ତି ଯେ, ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପରିବର୍ତ୍ତନ କରାଯିବ ନାହିଁ । ସେ ହିଁ ରାଜ୍ୟର ନେତୃତ୍ୱ ନେବେ । ଏଥିସହିତ ଗୋଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିରହିଥିବା ରାଜନୈତିକ ହଟଚମଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ତେବେ ଶାହା କହିଛନ୍ତି ବହୁ ଶୀଘ୍ର ମନୋହରଙ୍କ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରାଯିବା ନେଇ ବିଚାର କରାଯାଉଛି ।ପାରିକରଙ୍କ ଅନୁପସ୍ଥିତିରେ ବିଜେପି ନେତୃତ୍ୱ ପରିବର୍ତନ କରିବାକୁ ଚାହୁଁଥିଲା କିନ୍ତୁ ପରିସ୍ଥିତି ଜଟିଳ ହେବାସହିତ କଂଗ୍ରେସକୁ ସୁହାଉଥିବାରୁ ବିଜେପି ତାର ନିଷ୍ପତିରେ ପରିବର୍ତନ କରିଥିବାର ଅନୁମାନ କରାଯାଉଛି l
