
ଭୁବନେଶ୍ୱର:- ପୁଲିସର କୁଇକ୍ ଆକସ୍ନ୍ ଟିମ୍ ଓ ତମାଣ୍ଡୋ ଥାନା ମିଳିତ ଭାବରେ ଚଢ଼ାଉ କରି ଦୁଇଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି । କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ କନ୍ଧମାଳ ଜିଲ୍ଲା ଗ୍ରିନ୍ବାଡି ଗ୍ରାମର ସ୍ୱର୍ଗତଃ ମକରଧ୍ୱଜ ସିଂହଙ୍କ ପୁତ୍ର ରାଜୁ ସିଂହ ଓ ଅନ୍ୟ ଜଣେ ସେହି କନ୍ଧମାଳ ଜିଲ୍ଲାର ଜି ଉଦୟଗିିରିର ସିମ୍ସଲ୍ ନାଏକଙ୍କ ପୁଅ ବାଦଲ ନାଏକକୁ ତମାଣ୍ଡୋ ପୁଲିସ ସହାୟତାରେ ଗିରଫକରି ଗୋଟିଏ ବନ୍ଧୁକ, ୫ଟି ଜୀବନ୍ତ ଗୁଳି ଓ ଦୁଇଟି ବାଇକ୍ ଜବତ କରିଛି । ଅନୁସନ୍ଧାନ ଜାରି ରହିଛି ।
