Connect with us

ଦେଶ

କୌଣସି ଶରଣାର୍ଥୀକୁ ଯିବାକୁ ଦେବୁନାହିଁ, କୌଣସି ଅନୁପ୍ରବେଶକାରୀଙ୍କୁ ରହିବାକୁ ଦେବୁନାହିଁ – ଅମିତ ଶାହ

ସାଙ୍କେତିକ

କୌଣସି ଶରଣାର୍ଥୀକୁ ଯିବାକୁ ଦେବୁନାହିଁ, କୌଣସି ଅନୁପ୍ରବେଶକାରୀଙ୍କୁ ରହିବାକୁ ଦେବୁନାହିଁ – ଅମିତ ଶାହ
ନୂଆଦିଲ୍ଲୀ, ୦୧ ଅକ୍ଟୋବର – କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଖୁବ ଶୀଘ୍ର ସିଟିଜେନସିପ ଆମେଣ୍ଡମେଂଟ ବିଲ ପାରିତ କରାଯିବ । ସମସ୍ତ ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ । କୌଣସି ଅନୁପ୍ରବେଶକାରୀଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ । ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଯଦି ଅନୁପ୍ରବେଶକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ତେବେ ଜାତୀୟ ସୁରକ୍ଷା ବିପନ୍ନ ହେବ । ସେ କହିଛନ୍ତି ଯେ ଦେଶର ସ୍ୱାର୍ଥ କଥା ଆସିଲେ ପାର୍ଟି ହିତରୁ ଉପରକୁ ଉଠି ରାଷ୍ଟ୍ରହିତ କଥା ଦେଖାଯିବା ଦରକାର । ସେ କହିଛନ୍ତି ଯେ ଏନଆରସି ମାମଲାରେ ପଶ୍ଚିମ ବଙ୍ଗର ଜନସାଧାରଣକୁ ଭ୍ରମିତ କରାଯାଉଛି । କୌଣସି ଶରଣାର୍ଥୀକୁ ଭାରତ ଛାଡିବାକୁ ବାଧ୍ୟ କରାଯିବ ନାହିଁ । ସେମାନଙ୍କର ମଧ୍ୟ ଦେଶ ଉପରେ ସେତିକି ଅଧିକାର ରହିବ ଯେତିକି ଅନ୍ୟ ନାଗରିକ ମାନଙ୍କର ରହିଛି । ପଶ୍ଚିମ ବଙ୍ଗର ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସ ଉତ୍ପନ୍ନ କରାଯାଉଛି । ଯେଉଁ ଲୋକ ମାନେ ପ୍ରଥମରୁ ହିଁ ଉତ୍ପୀଡନର ଶୀକାର ହୋଇଛନ୍ତି । ସେମାନଙ୍କ ସହ କୌଣସି ପ୍ରକାର ଆଉ କଷ୍ଟ ଦେବା ଉଚିତ ନୁହେଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ