କେନ୍ଦ୍ର କ୍ୟାବିନେଟର ନିଷ୍ପତି
– ନକ୍ସଲ ଆକ୍ରମଣରେ ମୃତ ପୋଲିସ୍ କର୍ମଚାରୀଙ୍କ ପିଲାଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ବୃତି
ନୂଅଦିଲ୍ଲୀ/ଭୁବନେଶ୍ୱର, ୩୧ ମଇ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ହେଉଛି ଭାରତର ନିରାପତା ଏବଂ ସୁରକ୍ଷାରେ ନିୟୋଜିତ ଲୋକମାନଙ୍କର କଲ୍ୟାଣ । ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବା ପରେ ପ୍ରଥମ ନିଷ୍ପତି ସ୍ୱରୂପ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନ ପ୍ରଧାନମନ୍ତ୍ରୀ ବୃତି ଯୋଜନାରେ ବୃହତ ପରିବର୍ତନକୁ ମଞ୍ଜୁର କରିଛନ୍ତି ।
ନିଷ୍ପତି ଅନୁଯାୟୀ ବୃତିର ପରିମାଣ ଛାତ୍ରଙ୍କ ପାଇଁ ମାସିକ ୨ହଜାର ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଛାତ୍ରୀଙ୍କ ପାଇଁ ମାସିକ ୨୨୫୦ରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ସେହିପରି ଏହି ବୃତିର ପରିଧିକୁ ବୃଦ୍ଧି କରାଯାଇ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ପୋଲିସ କର୍ମଚାରୀଙ୍କୁ ସାମିଲ କରାଯାଇଛି । ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପିଲାମାନେ ଏହି ବୃତି ପାଇପାରିବେ । ବର୍ଷକୁ ୫୦୦ ଜଣ ପୋଲିସ କର୍ମଚାରୀଙ୍କ ପିଲାମାନେ ନୂଆ ବୃତି ପାଇପାରିବେ । ଏହି ଯୋଜନା ପାଇଁ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ।
ସୂଚନାଯୋଗ୍ୟ ଯେ ଜାତୀୟ ପ୍ରତିରକ୍ଷା ପାଣ୍ଠି ୧୯୬୨ରେ ପ୍ରତିଷ୍ଠା ହୋଇଥିଲା । ଜାତୀୟ ପ୍ରତିରକ୍ଷା ପ୍ରୟାସରେ ସହଯୋଗ ନିମନ୍ତେ ଅର୍ଥ ଏବଂ ସାମଗ୍ରୀ ପ୍ରଦାନ କରିବାକୁ ପ୍ରୋତ୍ସାହନ ଦେବା ନିମନ୍ତେ ପାଣ୍ଠିର ଉପଯୋଗ କରାଯାଉଥିଲା । ବର୍ତମାନ ଏହି ପାଣ୍ଠି ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ରେଳ ସୁରକ୍ଷା ବାହିନୀ ଓ ସେମାନଙ୍କ ଆତ୍ମୀୟଙ୍କ କଲ୍ୟାଣ ନିମନ୍ତେ ଉପଯୋଗ ହେଉଛି । ଏହି ପାଣ୍ଠି ଏକ ପରିଚାଳନା ସମିତି ଦ୍ୱାରା କାର୍ଯ୍ୟକାରୀ ହେଉଛି । ଯାହାର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ଏବଂ ସଦସ୍ୟ ହେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ।
ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନରେ ପ୍ରଧାନମନ୍ତ୍ରୀ ବୃତି ଯୋଜନା କାର୍ଯ୍ୟକାରୀ ହୋଇଥାଏ । ଏହି ଯୋଜନାରେ ସହିଦ/ସେବାନିବୃତ ସେନାବାହିନୀ, ଅର୍ଦ୍ଧସାମରିକ ବାହିନୀ, ରେଳ ସୁରକ୍ଷା ବାହିନୀର ସହିଦ କର୍ମଚାରୀମାନଙ୍କ ବିଧବା ପତ୍ନୀ ଓ ପିଲାମାନଙ୍କ ବୈଷୟିକ କିମ୍ବା ସ୍ନାତୋକୋତର ଶିକ୍ଷା ନିମନ୍ତେ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥାଏ । ଡାକ୍ତରୀ, ଦନ୍ତ ଚିକିତ୍ସା ବିଜ୍ଞାନ, ପଶୁଚିକିତ୍ସା ବିଜ୍ଞାନ, ଇଞ୍ଜିନିୟରିଂ, ଏମବିଏ, ଏମସିଏ ଭଳି ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମ ନିମନ୍ତେ ବୃତି ଯୋଗାଇ ଦିଆଯାଇଥାଏ ।
ପ୍ରଧାନମନ୍ତ୍ରୀ ବୃତି ଯୋଜନାରେ ପ୍ରତିବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସେନାବାହିନୀର ୫୫୦୦ ପିଲାମାନଙ୍କୁ ବୃତି ଯୋଗାଇ ଦିଆଯାଇଥାଏ । ସେହିପରି ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଅର୍ଦ୍ଧସାମରିକ ବାହିନୀର ୨ହାଜାର ପିଲାମାନଙ୍କୁ ଏବଂ ରେଳ ମନ୍ତ୍ରଣାଳୟ ଅଧୀନ ରେଳ ସୁରକ୍ଷା ବାହିନୀର ୧୫୦ ପିଲାମାନଙ୍କୁ ଏହି ବୃତି ଯୋଗାଇ ଦିଆଯାଇଥାଏ ।
ଅନଲାଇନ ଜରିଆରେ ଏନଡିଏ ଡଟ୍ ଜିଓଭି ଡଟ୍ ଇନ୍ ଜାତୀୟ ପ୍ରତିରକ୍ଷା ପାଣ୍ଠିରେ ଯୋଗଦାନ ଗ୍ରହଣ କରାଯାଇଥାଏ ।
ପ୍ରଧାନମନ୍ତ୍ରୀ ଦେଶ ପ୍ରତି ଆମ ପୋଲିସ ବାହିନୀର ଯୋଗଦାନକୁ ବିଭିନ୍ନ ସମୟରେ ପ୍ରଶଂସା କରିଆସିଛନ୍ତି । ଖରା, ବର୍ଷା ହେଉ କି ଶୀତ ଆମର ପୋଲିସ କର୍ମଚାରୀମାନେ ନିଷ୍ଠାର ସହ କଠିନ ପରିଶ୍ରମ କରୁଛନ୍ତି । ଏପରିକ ବଡ଼ ପର୍ବପର୍ବାଣୀକୁ ସମଗ୍ର ରାଷ୍ଟ୍ର ପାଳନ କରୁଥିବା ପୋଲିସ କର୍ମଚାରୀମାନେ କର୍ତବ୍ୟରତ ଥାଆନ୍ତି ।
ପୋଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାର କଲ୍ୟାଣ ପାଇଁ କାର୍ଯ୍ୟ କରିବା କେବଳ ଆମର ଦାୟିତ୍ୱ ନୁହେଁ ବରଂ ସେମାନଙ୍କ ପ୍ରତି ଆମର କୃତଜ୍ଞତା ବ୍ୟକ୍ତ କରିବାର ଅବସର । ଏହି ଭାବନାକୁ ଆଖିଆଗରେ ରଖି ପ୍ରଧାନମନ୍ତ୍ରୀ ଉପରୋକ୍ତ ନିଷ୍ପତି ନେଇଛନ୍ତି । ବୃତି ଉପଲବ୍ଧ ହେବା ପରେ ପୋଲିସ ପରିବାରର ପିଲାମାନେ ବିଦ୍ୟାର୍ଜନ ଏବଂ ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷ ହାସଲ କରିବାର ସୁଯୋଗ ପାଇପାରିବେ । ଏହା ବହୁ ଯୁବ ମସ୍ତିଷ୍କରେ ଏକ ସଶକ୍ତ ପ୍ରଭାବ ପକାଇବ ।
ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ହିଁ ଜାତୀୟ ପୋଲିସ ସ୍ମାରକୀ ନିର୍ମାଣ କରାଯାଇଥିଲା ଏବଂ ରାଷ୍ଟ୍ରକୁ ସମର୍ପିତ କରାଯାଇଥିଲା । ଏହି ସ୍ମାରକୀ ଆମ ପୋଲିସ ବାହିନୀର ସାହସ ଏବଂ ବଳିଦାନର ପ୍ରତୀକ ଏବଂ ଏହା କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଯୋଗାଇ ଚାଲିବ ।
ଦେଶ
କେନ୍ଦ୍ର କ୍ୟାବିନେଟର ନିଷ୍ପତି
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...