
କପି ଅଭିଯୋଗରେ ୩ ଟି ସ୍କୁଲ ସେଂଟରରେ ଇଂରାଜୀ ପରୀକ୍ଷା ବାତିଲ
ଭୁବନେଶ୍ୱର,୨୬ ଫେବୃଆରୀ – ମାଟ୍ରିକ୍ ପରୀକ୍ଷାରେ କପି କରୁଥିବା ୩ଟି ହାଇସ୍କୁଲ ସେଂଟରରେ ଇଂରାଜୀ ପରୀକ୍ଷା ବାତିଲ କରିଯାଇଛି । ବଲାଙ୍ଗୀର ଜିଲ୍ଲାର ଘୁନୁସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ଜିଲ୍ଲାର ପଳାସପିଠାର ପି.ଆର. ହାଇସ୍କୁଲ ଓ କଟକ ଜିଲ୍ଲାର ଗୋପୀନାଥପୁରସ୍ଥିତ କୃପାସିନ୍ଧୁ ନୋଡାଲ ହାଇସ୍କୁଲର ଇଂରାଜୀ ପରୀକ୍ଷା ବାତିଲ କରି ଦିଆଯାଇଛି ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଅ।ରା ବେଗମ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।
ଏହି ସ୍କୁଲ ଗୁଡ଼ିକରେ ଆଗାମୀ ଦିନରେ ହେବାକୁ ଥିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବ । ପୋଲିସ ସୁରକ୍ଷା ଯୋଗାଇ ଦେବା ପାଇଁ ଏସପିଙ୍କ ସହିତ ଆଲୋଚନା କରାଯିବ । ବାତିଲ ହୋଇଥିବା ୩ଟି ହାଇସ୍କୁଲର ଇଂରାଜୀ ପରୀକ୍ଷା କେବେ ହେବେ ସେନେଇ ବୋର୍ଡ କମିଟି ବୈଠକରେ ଆଗାମୀ ୭ ଦିନ ଭିତରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତିି ।
