
ଏସପିଜି ସମ୍ପର୍କରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଭୁଲ :- ପୂର୍ବତନ ନିର୍ଦ୍ଦେଶକ l
ଭୁବନେଶ୍ୱର,୨୪ା୯ : ଏସପିଜି ସମ୍ପର୍କରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ଭୁଲ୍ ବୋଲି କହିଛନ୍ତି ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ (ଏସପିଜି)ର ପୂର୍ବତନ ନିର୍ଦ୍ଦେଶକ ବିବେକ ଶ୍ରୀବାସ୍ତବ । ତାଙ୍କ ଅନୁସାରେ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ଗତ ଶନିବାର ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀ ଏକ ଆଲୋଚନା ବେଳେ କହିଥିଲେ ଯେ ଆରଏସଏସ ଦ୍ୱାରା ଦିଆଯାଇଥିବା କେତେକ ଏସିପିଜି ଅଫିସରଙ୍କ ତାଲିକା ଗ୍ରହଣ କରି ନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଏସପିଜି ମୁଖ୍ୟ ନିଜ ପଦବିରୁ ଓହରି ଗଲେ । ଏହି ପ୍ରସଙ୍ଗର ତଦନ୍ତ କରାଯାଇଛି । ଯେଉଁ ଏସପିଜି ମୁଖ୍ୟଙ୍କ କଥା ଉଲ୍ଲେଖ କରାଯାଇଛି ଅର୍ଥାତ୍ ବିବେକ ଶ୍ରୀବାସ୍ତବ କହିଛନ୍ତି ଯେ, କୌଣସି ସ୍ଥାନରେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଏଭଳି କିଛି ପ୍ରସଙ୍ଗରେ ବାର୍ତାଳାପ ହୋଇନାହିଁ । ଏସପିଜି ନିୟମାବଳୀ ଅନୁସାରେ ସେ କଥା ହୋଇଛନ୍ତି ।
