ଏମଏଲ୍ କଲୋନୀରେ ପୁରୁଣା କ୍ୱାଟର୍ସ ଭଙ୍ଗା ଅଭିଯାନ ଆରମ୍ଭ
ଭୁବନେଶ୍ୱର, ୧୧ ଡ଼ିସେମ୍ବର – ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଧାନସଭା ସମ୍ମୁଖସ୍ଥ ଏମଏଲ୍ କଲୋନୀରେ ପୁରୁଣା କ୍ୱାଟର୍ସ ଭଙ୍ଗା ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଏଠାରେ ଥିବା ତିନୋଟି ପୁରୁଣା କୋଠାକୁ ବୁଲଡ଼ୋଜର ସାହାଯ୍ୟରେ ଭଙ୍ଗାଯାଇଛି ।
ମହିଳା ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିଧାୟକ ଥିବା ସମୟରେ ତାଙ୍କୁ ମିଳିଥିବା କ୍ୱାର୍ଟର ନଂ ଆର୍-୮ ଛାଡିଦେବା ପରେ ତାହାକୁ ଭାଙ୍ଗି ଦିଆଯାଇଛି । ସେହିପରି ଖାଲି ପଡିଥିବା ଆର-୯ କ୍ୱାର୍ଟରର ମଧ୍ୟ କିଛି ଅଂଶ ଭଙ୍ଗାଯାଇଛି । ଆସନ୍ତାକାଲି ଆର-୩ କ୍ୱାର୍ଟର ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି ।
ଏହା ପୂର୍ବରୁ ଆଜି ବାଚସ୍ପତି ଏନେଇ ସୂଚନା ଦେଇ କହିଥିଲେ ଯେ, ପୁରୁଣା ଏମଏଲ୍ କ୍ୱାଟର୍ସ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାଙ୍ଗିବା ଦାୟୀତ୍ୱ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡ଼ିଏ) ଉପରେ ନ୍ୟସ୍ତ କରାଯାଇଛି ।
ଖବର ନେବାରୁ ଜଣାଯାଏ ଯେ, ଭଙ୍ଗାଯିବା ପାଇଁ ଚିହ୍ନଟ ହୋଇଥିବା ୪୨ଟି କ୍ୱାଟର୍ସ ମଧ୍ୟରୁ କେତେକ କ୍ୱାଟର୍ସରେ ମରାମତି କାର୍ଯ୍ୟ ମଧ୍ୟ ଚାଲିଛି । ଯାହାକି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭଙ୍ଗାଯିବାକୁ ଚିହ୍ନଟ ହୋଇଥିବା ଏହି କ୍ୱାଟର୍ସ ଗୁଡିକ ମଧ୍ୟରେ ପୋଲିସ ଫାଣ୍ଡି, ଆୟୁର୍ବେଦିକ, ହୋମିଓପାଥି କ୍ଲିନିକ୍ ରହିଛି । ସେଠାରେ ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ଅତ୍ୟାଧୁନିକ ୧୦ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରାଯିବ । ଏଥିରେ ପାର୍କ, ସନ୍ତରଣ, ଜିମ୍ ଆଦିର ସୁବିଧା ଉପଲବ୍ଧ ହେବ ।
ଓଡିଶା
ଏମଏଲ୍ କଲୋନୀରେ ପୁରୁଣା କ୍ୱାଟର୍ସ ଭଙ୍ଗା ଅଭିଯାନ ଆରମ୍ଭ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...