ଇଭିଏମ୍ ପୂର୍ବରୁ ଭିଭିପ୍ୟାଟ୍ ଗଣତି ନେଇ ବିରୋଧୀଙ୍କ ଆବେଦନକୁ ନିର୍ବାଚନ କମିଶନଙ୍କ ଅଗ୍ରାହ୍ୟ
ନୂଆଦିଲ୍ଲୀ,୨୨ ମଇ – ଭୋଟ୍ ଗଣତି ପାଇଁ ଇଭିଏମ୍ ଖୋଲିବା ପୂର୍ବରୁ ଭିଭିପ୍ୟାଟ୍ ପେପର୍ ସ୍ଲିପ୍ କୁ ପ୍ରଥମେ ଗଣତି କରିବାକୁ ବିରୋଧୀ ଦଳଗୁଡ଼ିକ କରିଥିବା ଆବଦନକୁ ଆଜି ନିର୍ବାଚନ କମିଶନ ଅଗ୍ରାହ୍ୟ କରିଦେଇଛନ୍ତି ।
ନିର୍ବାଚନ କମିଶନ କହିଛନ୍ତି, ଇଭିଏମ ଭୋଟ୍ ଗଣତି ପରେ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ଆସନ ପାଇଁ ଲଟେରି ସିଷ୍ଟମରେ ୫ଟି ବୁଥର ଭିଭିପ୍ୟାଟ୍ ସ୍ଲିପ୍ ଗଣାଯିବ । ଏନେଇ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଇଭିଏମ ଭୋଟିଂ ସରିବା ପରେ ହିଁ ଭିଭିପ୍ୟାଟ୍ ଚିରକୁଟ୍ ଗଣତି ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି ।
ଗତକାଲି ଦେଶର ୨୨ଟି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟି ଭୋଟ୍ ଗଣତି ପୂର୍ବରୁ ଭିଭିପ୍ୟାଟ୍ ସ୍ଲିପ୍ ଗଣତି କରିବାକୁ ଦାବି କରିଥିଲେ । ଏଥିସହ ଯଦି ଗଣତି ବେଳେ ଇଭିଏମ ସହ ଭିଭିପ୍ୟାଟର ସଂଖ୍ୟା ମେଳ ନ ଖାଏ, ତା’ହେଲେ ପୂରା ବିଧାନସଭା ନିର୍ବାଚନମଣ୍ଡଳୀର ଭିଭିପ୍ୟାଟ୍ ସହ ଇଭିଏମ୍ ଭୋଟର ଗଣତି କରିବାକୁ ଦାବି କରିଥିଲେ । ବିରୋଧୀଙ୍କ ଏହି ଦାବି ପରେ ଆଜି ନିର୍ବାଚନ କମିଶନରେ ଥିବା ୩ ଜଣିଆ କମିଟି ଏହା ଉପରେ ତର୍ଜମା କରିଥିଲେ । ଶେଷରେ ବିରୋଧୀଙ୍କ ଦାବି ଅଗ୍ରାହ୍ୟ ହୋଇଯାଇଥିଲା ।
କମିଟି କହିଛନ୍ତି, ଯଦି ଇଭିଏମ ଭୋଟ୍ ସହ ଭିଭିପ୍ୟାଟ୍ ସ୍ଲିପ୍ ମେଳ ନ ଖାଇଲା, ତା’ହେଲେ ଭିଭିପ୍ୟାଟର ଭୋଟ୍ ହିଁ ଗଣତିରେ ସାମିଲ ହେବ । ନିର୍ବାଚନ ଆଇନ୍ ୫୬ଡି(୪)(ବି) ଅନୁଯାୟୀ ଏଭଳି ବ୍ୟବସ୍ଥା ରହିଛି । ଏଥିସହ ନିର୍ବାଚନ ଫଳାଫଳ ଭିଭିପ୍ୟାଟ୍ ଗଣତି ଆଧାରରେ ହିଁ ପ୍ରକାଶ ପାଇବ ।
ଇଭିଏମ ଟ୍ୟାମ୍ପରିଂ ବିବାଦ ପରେ ସୁପ୍ରିମକୋର୍ଟ ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବୁଥର ଭିଭିପ୍ୟାଟକୁ ଭୋଟ୍ ଗଣତି ପରେ ଇଭିଏମ ସହ ମେଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଦେଶ
ଇଭିଏମ୍ ପୂର୍ବରୁ ଭିଭିପ୍ୟାଟ୍ ଗଣତି ନେଇ ବିରୋଧୀଙ୍କ ଆବେଦନକୁ ନିର୍ବାଚନ କମିଶନଙ୍କ ଅଗ୍ରାହ୍ୟ
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...