
ଆଶ୍ରମ ସ୍କୁଲରେ ନାବାଳିକା ଅନ୍ତସତ୍ୱା ଘଟଣା
– ୩୦ ଦିନରେ ତଦନ୍ତ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନସିପିସିଆରଙ୍କ ନୋଟିସ୍
ଭୁବନେଶ୍ୱର, ୩୦ ଜାନୁଆରୀ – ଓଡିଶାରେ ଥିବା ବିଭିନ୍ନ ଆଶ୍ରମ ସ୍କୁଲ ମାନଙ୍କରେ ନାବାଳିକା ଅନ୍ତେବାସିନୀମାନେ ଦୁଷ୍କର୍ମର ଶୀକାର ହେବା ଏବଂ ଗର୍ଭବତୀ ହେବା ଘଟଣା ଉପରେ ତଦନ୍ତ କରିବାପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ୍ (ଏନସିପିସିଆର) ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ୩୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାପାଇଁ କୁହାଯାଇଛି । ତଦନ୍ତ ସହ ପୋସ୍କୋ ଆଇନ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ମଧ୍ୟ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି ।
