ଆର.ବି.ଆଇ ଗଭର୍ଣ୍ଣର ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ
ଭୁବନେଶ୍ୱର, ୧୨ ଡିସେମ୍ବର – ଓଡ଼ିଶା ଗସ୍ତରେ ଆସିଥିବା ଆର.ବି.ଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଖ୍ୟମନ୍ତ୍ରୀଙ୍କ ସହ କୃଷି କ୍ଷେତ୍ରରେ ବ୍ୟାଙ୍କ ଋଣ, ଡିବିଟି, ଡିଜଟାଲ ପେମେଂଟ, ରାଜ୍ୟର ଅର୍ଥିକ କାର୍ଯ୍ୟକ୍ରମ, ରାଜ୍ୟରେ ଅଧିକ ବ୍ୟାଙ୍କ ଶାଖା ଖୋଲିବା ଉପରେ ଆଲୋଚନା କରିଛନ୍ତି । ଶୁକ୍ରବାରଦିନ ଅପରାହ୍ନରେ ଲୋକସେବା ଭବନଠାରେ ଗଭର୍ଣ୍ଣର ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ ।
ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଏମିତି ସମୟ ସମୟରେ ଆସିଥାଏ ଏବଂ ଯାଇଥାଏ । ତାର ସମସ୍ୟାର ସମାଧାନ ହୋଇଥାଏ । ମାନ୍ଦାବସ୍ଥା ସମୟରେ ଯେଉଁ ସବୁ ସମସ୍ୟା ଆସିଥାଏ ସେହି ଆହ୍ୱାନକୁ ମୁକାବିଲା କରିଥାଉ । ବର୍ତମାନ ଦେଶରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ତାହା କିପରି ଦୂର ହୋଇପାରିବ ଆମର ଉଦ୍ୟମ ଅବ୍ୟାହତ ରହିଛି ବୋଲି ଗଭର୍ଣ୍ଣର ଶ୍ରୀ ଦାସ କହିଥିଲେ ।
ସେ କହିଥିଲେ ଯେ, ଆସନ୍ତା କାଲି ଆର.ବି.ଆଇର ବୋର୍ଡ଼ର ବୈଠକ ବସିବ । ଯେହେତୁ ମୁଁ ଭୁବନେଶ୍ୱରର ପିଲା, ଭୁବନେଶ୍ୱର ଆସିଛି, ସୌଜନ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛି ।
ଓଡିଶା
ଆର.ବି.ଆଇ ଗଭର୍ଣ୍ଣର ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...