ସତ୍ୟପାଠ ଦାଖଲ କରିପାରିଲେନି
ଆଜି ପୁଣି ଗୃହ କମିଟିରେ ହାଜର ହେବେ ଅଭିଜିତ୍ ଆୟାର
ଭୁବନେଶ୍ୱର,୨ା୧୧ : ଓଡିଶାର ବିଧାୟକମାନଙ୍କ ପ୍ରତି ଆପତିଜନକ ମନ୍ତବ୍ୟ ଦେଇ ସ୍ୱାଧିକାର ଭଙ୍ଗ କରିଥିବା ଅଭିଯୋଗରେ ଅଭିଜିତ୍ ଆୟାର ମିତ୍ର ଶୁକ୍ରବାର ବିଧାନସଭା ଗୃହ କମିଟି ନିକଟରେ ଦ୍ୱିତୀୟ ଥର ପାଇଁ ହାଜର ହୋଇଥିଲେ । କମିଟି ନିକଟରେ ଆଜି ସତ୍ୟପାଠ ଦାଖଲ କରିବାର ଥିଲେ ହେଁ ସେ ଦେଇ ପାରିନଥିଲେ । ଆସନ୍ତାକାଲି ପୂର୍ବାହ୍ନ ୧୧ ଟା ସୁଦ୍ଧାଏହି ସତ୍ୟପାଠ ଦାଖଲ କରିବାକୁ ତାଙ୍କୁ ସମୟ ଦିଆଯାଇଛି । ଏହା ଶେଷ ସୁଯୋଗ ବୋଲି ତାଙ୍କୁ କୁହାଯାଇଛି । ଏସମ୍ପର୍କରେ ସୂଚନା ଦେଇ କମିଟିର ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର ସାମ୍ବାଦିକମାନଙ୍କୁ କହିଥିଲେ ଯେ, ତାଙ୍କର ଓକିଲ ସତ୍ୟପାଠ ନେଇ ଆସୁଛନ୍ତି । ଏଥିପାଇଁ ଅଭିଜିତ୍ ସମୟ ମାଗିଥିଲେ । ୧ ଘଂଟାରୁ ଉଦ୍ଧ୍ୱର୍ ସମୟ ଅପେକ୍ଷା କରାଯାଇଥିଲେ ହେଁ ତାଙ୍କ ଓକିଲ ଆସିପାରିନଥିବାରୁ ଆସନ୍ତାକାଲି ପୂର୍ବାହ୍ନ ୧୧ ଟାରେ ସତ୍ୟପାଠ ଦାଖଲ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସତ୍ୟପାଠ ହସ୍ତଗତ ହେବା ପରେ କମିଟି ଏହା ଉପରେ ବିଚାର କରିବ । ଏହାପରେ ବିଧାନସଭାକୁ କମିଟି ତାର ରିପୋର୍ଟ ପ୍ରଦାନ କରିବ ।
ଅପରାଧ
ଆଜି ପୁଣି ଗୃହ କମିଟିରେ ହାଜର ହେବେ ଅଭିଜିତ୍ ଆୟାର
More in ଅପରାଧ
-
ରାଜୀବ ଆବାସ ଯୋଜନା କେଳେଙ୍କାରୀ -୧
ଘର ହାତେଇବା ପାଇଁ ରାଜନୀତି ଆରମ୍ଭ ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ରାଜୀବ ଆବାସ ଯୋଜନା...
-
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’
ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’ ସରକାରଙ୍କ କାର୍ଯ୍ୟପ୍ରଣାଲୀ ଓ ଶାସକ ଦଳ ଉପରେ...
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ମୃତ ସୂଚନା ଅଧିକାରୀ କର୍ମୀ ରଂଜନ ଦାଶଙ୍କ ପରିବାରକୁ ଭେଟିଲା ବିଜେପି ପ୍ରତିନିଧୀ ଦଳ – ଅପରାଧୀଙ୍କୁ ପୋଲିସ...