ଆଜିଠୁ ମାଟ୍ରିକ୍ ପରୀକ୍ଷା
– ୨୯୫୩ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫,୮୭,୭୨୦ ଛାତ୍ରଛାତ୍ରୀ
ଭୁବନେଶ୍ୱର, ୨୧ ଫେବୃଆରୀ – ଶୁକ୍ରବାର ଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା ।ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ । ଏଥର ସମୁଦାୟ ୫,୮୭,୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟରେ ସମୁଦାୟ ୨୯୫୩ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ରର ବିତରଣ ପାଇଁ ୩୦୪ଟି ନୋଡାଲ୍ ସେଂଟର ଏବଂ ୭୦୧ଟି ପ୍ରେରକ ଟିମ୍ ଗଠନ କରାଯାଇଛି । ପରୀକ୍ଷାର ପ୍ରଥମ ଦିନ ସକାଳ ୯ଟା ସମୟରେ ପରୀକ୍ଷାର୍ଥୀମାନେ କେନ୍ଦ୍ରକୁ ପ୍ରବେଶ କରିବେ । ଅନ୍ୟ ଦିନମାନଙ୍କରେ ୯ଟା ୧୫ ମିନିଟ୍ ସମୟରେ ପ୍ରବେଶ କରିବେ । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ଶେଷ ହେବ । ଗଣିତ ବିଷୟ ପାଇଁ ପିଲାଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ । ଏବର୍ଷ ସବଜେକ୍ଟିଭ୍ ପାଇଁ ୪ଟି ଓ ଅବଜେକ୍ଟିଭ୍ ପାଇଁ ୪ଟି ଲେଖାଏ ସମାନ୍ତରାଳ ସେଟ୍ ପ୍ରଶ୍ନପତ୍ର କରାଯାଇଛି । ଏହାସହିତ ପରୀକ୍ଷାର୍ଥୀଙ୍କୁ ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭରେ ପାସ୍ ଲାଗି ସର୍ବନିମ୍ନ୧୫ ମାର୍କ ଲେଖାଏ ରଖିବାକୁ ପଡ଼ିବ । ମାର୍ଚ୍ଚ ୮ ତାରିଖରେ ପରୀକ୍ଷା ଶେଷ ହେବ ।
ପରୀକ୍ଷାର ନିରୀକ୍ଷଣ ପାଇଁ ୫୮ଟି ଫ୍ଲାଇଂ ସ୍କ୍ୱାର୍ଡ, ୪୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଏବଂ ୬ଟି ଜୋନାଲ୍ ସ୍କ୍ୱାର୍ଡ ଗଠନ କରାଯାଇଛି । ଆବଶ୍ୟକତା ଅନୁସାରେ ପରୀକ୍ଷା କେନ୍ଦ୍ର ଅଂଚଳରେ ୧୪୪ ଧାରା ଲାଗୁ କରାଯିବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳ ୬ଟାରୁ ୮ଟା ୩୦ ମିନିଟ୍ ମଧ୍ୟରେ ସଂପୃକ୍ତ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ସହ ପହଂଚାଇ ଦିଆଯିବ । ପ୍ରଶ୍ନପତ୍ରର ତ୍ରିସ୍ତରୀୟ କଭର ବ୍ୟବସ୍ଥା ରହିବ । ପ୍ରଶ୍ନପତ୍ରର ୨ୟ ସ୍ତର ସିଲ୍ ପରୀକ୍ଷା ହଲ୍ରେ ନିରୀକ୍ଷକ ଏବଂ ପରୀକ୍ଷାର୍ଥୀ ମାନଙ୍କ ସାମ୍ନାରେ ଖୋଲାହେବ । ପରେ ପରୀକ୍ଷାର୍ଥୀ ନିଜେ ତୃତୀୟ ସ୍ତର ସିଲ୍ ଖୋଲି ଉତର ଲେଖିବେ । ପରୀକ୍ଷା ସେଂଟର ଭିତରକୁ ମୋବାଇଲ୍ ଫୋନ୍ ନିଷିଦ୍ଧ କରାଯାଇଛି । କପି ବନ୍ଦ ପାଇଁ ବାଳକ ଓ ବାଳିକା ମାନଙ୍କୁ ପୃଥକ ପୃଥକ ଭାବେ କଡା ଯାଂଚ୍ କରାଯିବ ।
ପରୀକ୍ଷା ପରେ ପରେ ଖାତା ମୂଲ୍ୟାୟନ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ୍ ୭ ମଧ୍ୟରେ ଶେଷ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଜିଲ୍ଲାରେ ସମୁଦାୟ ୬୦ଟି ମୂଲ୍ୟାୟନ କେନ୍ଦ୍ର ହେବ ।
ଓଡିଶା
ଆଜିଠୁ ମାଟ୍ରିକ୍ ପରୀକ୍ଷା
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...