
ଆଖୁ ଚାଷୀଙ୍କ ବିକ୍ଷୋଭ
ଗଞ୍ଜାମ, ୧୮ ଜାନୁଆରୀ ଆସିକା ଚିନି ଶିଳ୍ପ ସମବାୟ ସମିତି ସମ୍ମୁଖରେ ଆଖୁର ଦର ବୃଦ୍ଧି ପାଇଁ ଶହ ଶହ ଆଖୁ ଚାଷୀ ସମବେତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାର ନେତୃତ୍ୱ ନେଇଥିଲେ ଚାଷୀ ନେତା ସମୀର କୁମାର ପ୍ରଧାନ । ଦରବୃଦ୍ଧି ପାଇଁ ଚାଷୀ ମାନଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ମଧ୍ୟ ସମିତିର ପରିଚାଳନା ନିର୍ଦ୍ଦେଶକଙ୍କୁ ଦିଆଯାଇଛି ।
