
ନୂଆଦିଲ୍ଲୀ :-ଯୌନ ଉତ୍ପୀଡ଼ନ ମାମଲାରେ ନିଜ ମନ୍ତ୍ରୀପଦ ହରାଇ ସାରିଥିବା ଏମ ଯେ ଆକବରଙ୍କର ଦ୍ୱାରା ଦାୟର କରାଯାଇଥିବା ଅପରାଧିକ ମାନହାନୀ ମାମଲାର ଶୁଣାଣି 31 ଅକ୍ଟୋବର ପର୍ଯ୍ୟନ୍ତ ଘୁଞ୍ଚିଯାଇଛି । ସେ ଉକ୍ତଦିନ ନିଜ ପକ୍ଷ ରଖିବେ । ଆଜି ସେ କୋର୍ଟରେ ଉପସ୍ଥିତ ନଥିଲେ । କିନ୍ତୁ ତାଙ୍କ ଓକିଲ ଉପସ୍ଥିତ ରହି କୋର୍ଟକୁ କହିଥିଲେଯେ, ତାଙ୍କ ମହକିଲର 40 ବର୍ଷର ମାନ ମର୍ଯ୍ୟାଦାର ହାନି ଘଟିଛି ଓ ନିଜ ପକ୍ଷରେ ୬ଟି ସାକ୍ଷୀଙ୍କ ନାମ ଦେଇଥିଲେ । କୋର୍ଟ ଆଜି କୌଣସି ନୋଟିସ ପ୍ରତିପକ୍ଷକୁ ଦେଇନାହିଁ ।
