
ଅରୁଣାଚଳରେ ୫.୫ ତୀବ୍ରତାର ଭୂମିକମ୍ପ
ନୂଆଦିଲ୍ଲୀ,୨୮ା୧୧ : ବୁଧବାର ଦିନ ପ୍ରାୟ ୩ଟା ୪୭ ମିନିଟରେ ଅରୁଣାଚଳପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିଆକ୍ଟର ସ୍କେଲରେ ଏହାରତୀବ୍ରତା ୫.୫ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି ଯେ, ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାର ଏବଂ ଭାରତ ସୀମାଠାରୁ ୧୦ କିଲୋମିଟର ଦୂର ୯୬.୯ ଡିଗ୍ରୀ ପୂର୍ବ ଦ୍ରାଘିମା ଏବଂ ୨୭.୩ ଡିଗ୍ରୀ ଉତ୍ତର ଅକ୍ଷାଂଶରେ ଅବସ୍ଥିତ । ଭୂମିକମ୍ପର ଝଟକା ଦିବ୍ରୁଗଡ, ଦିମାପୁର ସରଦ, ଇମ୍ଫାଲ, ନାଗାଁଓ ଏବଂ ସିଲଚାର ଆଦି ଅଞ୍ଚଳରେ ଅନୁଭୂତ ହୋଇଛି । ଭୂମିକମ୍ପରେ କାହାର ମୃତାହତ ଏବଂ କୌଣସି କ୍ଷତିର ଖବର ମିଳିନାହିଁ ।
