
ଅମୃତ ଯୋଜନାରେ ସର୍ବାଗ୍ରେ ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ମଧ୍ୟପ୍ରଦେଶ
ଭୁବନେଶ୍ୱର,୨୪ା୯ : ସହଜ ଜୀବିକା ନିର୍ବାହ ସୂଚକାଙ୍କ ମାନ୍ୟତାରେ ଆନ୍ଧ୍ର ପ୍ରଦେଶ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ସୋମବାର କେନ୍ଦ୍ର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏ ସଂପର୍କିତ ସୂଚନା ଜାରି କରାଯାଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ଏବଂ ତୃତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ । ସଂପୃକ୍ତ ତିନୋଟି ରାଜ୍ୟକୁ ସୋମବାର ଅଟଳ ମିଶନ ଫର ରେଜୁଭେନେସନ ଏବଂ ଅର୍ବାନ ଟ୍ରାନ୍ସଫରମେଶନ (ଅମୃତ) ଅଧିନରେ ସହଜ ଜୀବିକା ନିର୍ବାହ ସୂଚକାଙ୍କ ୨୦୧୮ ଉପରେ ଆୟୋଜିତ ଏକ ରାଷ୍ଟ୍ରୀୟ କର୍ମଶାଳାରେ ପୁରସ୍କୃତ କରାଯାଇଥିଲା । ରାଜ୍ୟଗୁଡିକୁ ପୁରସ୍କାର ପ୍ରଦାନ କରି କେନ୍ଦ୍ର ଆବସ ଓ ସହରାଂଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ) ଶ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ, ସହଜ ଜୀବିକା ନିର୍ବାହ ସୂଚକାଙ୍କ ମନ୍ତ୍ରଣାଳୟର ଏକ ପରିବର୍ତନୀୟ ପଦକ୍ଷେପ ଯାହାଦ୍ୱାରା ସହରଗୁଡିକୁ ରାଷ୍ଟ୍ରୀୟ ତଥା ବୈଶ୍ୱିକ ସ୍ତରର ମାନକ ଆଧାରରେ ସେମାନଙ୍କ ଜୀବନଧାରାର ମୂଲ୍ୟାୟନ କରିବାରେ ସହାୟକ ହୋଇପାରିବ । ସହଜ ଜୀବିକା ନିର୍ବାହ ସୂଚକାଙ୍କ ସହରଗୁଡିକୁ ସହରୀ ଯୋଜନା ଏବଂ ପରିଚାଳନା କ୍ଷେତ୍ରରେ ‘ପରିଣାମ-ଆଧାରିତ’ ଦୃଷ୍ଟିକୋଣରୁ ସହରଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ । ମନ୍ତ୍ରଣାଳୟ ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର, ଅତିରିକ୍ତ ସଚିବ ଏବଂ ସହରାଂଚଳ ବ୍ୟାପାର ମିଶନ ମୁଖ୍ୟ ଶ୍ରୀ ଶିବ ଦାସ ମୀନା, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକର ସହରାଂଚଳ ଯୋଜନାକାରୀମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
