ନୂଆଦିଲ୍ଲୀ : ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ଗତ ଦୁଇ ମାସଧରି ଅନୁଷ୍ଠିତ ହେଉଥିବା ଅମରନାଥ ଯାତ୍ରା ସମାପ୍ତ ହୋଇଛି । ଜାମ୍ମୁ ଓ କାଶ୍ମୀର ରାଜ୍ୟ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଏ ବର୍ଷ ପ୍ରାୟ ୨ ଲକ୍ଷ ୮୪ ହଜାର ଶ୍ରଦ୍ଧାଳୁ ପବିତ୍ର ହିମ ଲିଙ୍ଗଙ୍କୁ ଦର୍ଶନ କରିସାରିଛନ୍ତି । ଗତ ଜୁନ ୨୮ ତାରିଖରେ କାଶ୍ମୀରର ଦୁଇଟି ମାର୍ଗ ଦ୍ୱାରା ଏହି ଯାତ୍ରା ଆରମ୍ଭ କରାଯାଇଥିଲା । ଗୋଟିଏ ମାର୍ଗ ହେଉଛି ଅନନ୍ତନାଗ ଜିଲ୍ଲାର ପହଲଗାମ ଦେଇ ଓ ଅନ୍ୟଟି ହେଉଛି ଗନ୍ଦରବଲର ବଲତାଲ ଦେଇ । ଆଜି ଶ୍ରାବଣ ପୂର୍ଣ୍ଣିମା ଅବସରରେ ଅମରନାଥଙ୍କଠାରେ ପବିତ୍ର ଛଡିକୁ ପୂଜା କରାଯାଇ ଯାତ୍ରା ସଂପନ୍ନ ଘୋଷଣା କରାଯାଇଛି । ପ୍ରତିକୂଳ ପାଗ ଯୋଗୁଁ ମଝିରେ କିଛି ସମୟ ପାଇଁ ଯାତ୍ରା ସ୍ଥଗିତ ରଖାଯାଇଥିଲା । ଅନ୍ୟପକ୍ଷରେ ଆତଙ୍କବାଦୀ ଧମକ ଦୃଷ୍ଟିରୁ ଏ ବର୍ଷ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୨୦୧୭ରେ ପ୍ରାୟ ୨ ଲକ୍ଷ ୬୦ ହଜାର ବ୍ୟକ୍ତି ପବିତ୍ର ହିମ ଲିଙ୍ଗଙ୍କୁ ଦର୍ଶନ କରିଥିଲେ ।
ଦେଶ
ଅମରନାଥ ଯାତ୍ରା ସମାପ୍ତ l
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...