ମୃତକଙ୍କ ସଂଖ୍ୟା ୭୧ହୋଇଥିବା ବେଳେ ନିଖୋଜ ସଂଖ୍ୟା ୧୦୦୦ରୁ ଅଧିକ , ଟ୍ରମ୍ପ ଘଟଣା ସ୍ଥଳରେ
କାଲିଫର୍ଣ୍ଣିଆ :- ଆମେରିକାର ଉତ୍ତର କାଲିଫର୍ଣ୍ଣିଆର ଜଙ୍ଗଲରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦୦୦ରୁ ଅଧିକ ଲୋକ ନିଖୋଜ ଥିବା ବେଳେ ୮ ଜଣଙ୍କ ମୃତଦେହ ମିଳିଛି । ଏଥି ସହିତ ମୃତକଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତମାନ କାଲିଫର୍ଣ୍ଣିଆ ଗସ୍ତରେ ଅଛନ୍ତି । ସେଠାକୁ ଗସ୍ତ କରିବା ପୂର୍ବରୁ ଟ୍ରମ୍ପ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତିଯେ , ଜଙ୍ଗଲ ପରିଚାଳନା ଅତାନ୍ତ ଜରୁରୀ କିନ୍ତୁ ଆମେ ଆପଣମାନଙ୍କ ସହିତ ଅଛୁ । ନିଖୋଜ ସଂଖ୍ୟା ଗୁରୁବାର ପର୍ଯ୍ୟନ୍ତ ୬୩୧ ଥିବା ବେଳେ ଶୁକ୍ରବାର ବଢ଼ି ୧୦୧୧ ହୋଇଛି । ନଭେମ୍ବର ୮ ରୁ ଜଙ୍ଗଲରେ ଭୟଙ୍କର ନିଅାଁ ଲାଗିବା ପରେ ୨୦୦ ଉଡ଼ାଜାହାଜ ଉଡାଣକୁ ବାତିଲ କରାଯାଇଛି । ଏଠାରେ ସମସ୍ତ ସରକାରୀ ସ୍କୁଲକୁ ବନ୍ଦ ରଖାଯାଇଛି ।
ବିଦେଶ
ମୃତକଙ୍କ ସଂଖ୍ୟା ୭୧ହୋଇଥିବା ବେଳେ ନିଖୋଜ ସଂଖ୍ୟା ୧୦୦୦ରୁ ଅଧିକ
More in ବିଦେଶ
-
ଗଜଲକ୍ଷ୍ମୀ ପୂଜା ଜମୁଛି .ଗହଳି ବଢୁଛି I
ଭୁବନେଶ୍ୱର – ସ୍ଥାନୀୟ ବିଜେବି ନଗର ସ୍ଥିତ ପ୍ରତୀକ ପରିଷଦ ଅନୁକୁଲ୍ୟରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜାରେ ଜନସମାଗମ ବୃଦ୍ଧି...
-
ଭାରତର କିଛି ଭୂଖଣ୍ଡକୁ କବଜା କରିବା ପାଇଁ ନେପାଳର ଉଦ୍ୟମ
ଭାରତର କିଛି ଭୂଖଣ୍ଡକୁ କବଜା କରିବା ପାଇଁ ନେପାଳର ଉଦ୍ୟମ ନୂଆଦିଲ୍ଲୀ – ଆଜି ନେପାଳ ସଂସଦର ବିଶେଷ...
-
‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ
‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର – ‘ଆସୋସିଏଟେଡ଼ ମିଡ଼ିଆ ଫାଉଣ୍ଡେସନ’ ତରଫରୁ ସ୍ଥାନୀୟ ଓଡିଶା ପ୍ରେସ...
-
କରୋନା ଭାଇରସ ସଂକ୍ରମଣରେ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ
ଚୀନରେ ନୋବେଲ କରୋନା ଭାଇରସ ସଂକ୍ରମଣରେ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ବେଜିଂ, ୧୬ ଫେବୃଆରୀ –...