ଭୁବନେଶ୍ୱର – ସହର ର ପୁରୁଣା ଆପାର୍ଟମେଣ୍ଟ ବା ବହୁତଳ ଅଟ୍ଟାଳିକା ଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ ବିପଦ ସଂକୁଳ ଅବସ୍ଥାରେ ଅଛି | ସରକାରଙ୍କ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି | . ରକ୍ଷଣା ବେକ୍ଷଣ ଅଭାବରୁ ବଡ ବଡ ପ୍ଳାଷ୍ଟର ଖଣ୍ଡ ଉପରୁ ଖସି ଧାନ ସମ୍ପତି ନଷ୍ଟ ହେଉଛି | ପରିଚାଳନା ଦାୟିତ୍ୱରେ ଥିବା କମିଟିର ସଦସ୍ୟ ମାନଙ୍କ ନିଜସ୍ୱ ସ୍ୱାର୍ଥ ସାଧନରେ ବ୍ୟସ୍ତ ଥିବାବେଳେ ବାସିନ୍ଦାଙ୍କ ଧନଜୀବନ ବିପଦ ସଂକୁଳ ଅବସ୍ଥାରେ ଅଛି | ସ୍ଥାନୀୟ ଲକ୍ଷ୍ମୀସାଗର ଛକ ନିକଟରେ ବୁଧେଶ୍ଵରୀ କଲୋନୀରେ ଅବସ୍ଥିତ “ମହାରଥା ଆପାର୍ଟମେଣ୍ଟରୁ” ବଡ ବଡ ସିମେଣ୍ଟ ସ୍ଲାବ ଖଣ୍ଡ ଭାଙ୍ଗି ଖସୁଥିବା ବେଳେ କମିଟିର ସଦସ୍ୟମାନେ ମୌନ ଵ୍ରତପାଳନ କରି ଧନ ଜୀବନ ହାନୀକୁ ଅପେକ୍ଷା କରିଛନ୍ତି |
କିଛିଦିନ ତଳେ ସନ୍ଧ୍ୟା ସମୟରେ ଏକ ବଡ ସିମେଣ୍ଟ ଖଣ୍ଡ ଖସିବାରୁ ଏକ କାର ର କାଚ ଭାଙ୍ଗି ଚୁର ମାର ହୋଇଯାଇଛି | ଯଦି ଏହା ସେଠାରେ ଖେଳୁଥିବା ପିଲାମାନଙ୍କ ଉପରେ ବା କୌଣସି ବ୍ୟକ୍ତି ଯାଉଥିବା ସମୟରେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ପଡିଥାନ୍ତା ତେବେ କଣ ହୋଇଥାନ୍ତା ? ଦୀର୍ଘ ଦୁଇବର୍ଷ ହେବ ବିଭିନ୍ନ ଆଡୁ ସିମେଣ୍ଟ ସ୍ଲାବମାନ ଭାଙ୍ଗି ତଳକୁ ଖସୁଛି | .ପ୍ରଶାସନ ଯଦି ସମୟକୁ ସମୟ ଆପାର୍ଟମେଣ୍ଟ ଗୁଡିକର ସ୍ଥିତି ଅନୁଧ୍ୟାନ କରୁଥାନ୍ତା ତେବେ ଏଭଳି ଅଭାବନୀୟ ପରିସ୍ଥତି ସୃଷ୍ଟୀ ହଉନଥାନ୍ତା | ନିମ୍ନମାନର ମରାମତି କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି | ସରକାର ତୁରନ୍ତ କଠୋର ପଦକ୍ଷେପ ନେଇ ଉକ୍ତ ଆପାର୍ଟମେଣ୍ଟକୁ ଖାଲି କରି “ସିଲ”କରିଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହଉଛି ସହରର ବିଭିନ୍ନ ଆପାର୍ଟମେଣ୍ଟ ଗୁଡିକର ବର୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କରି ପରିଚାଳନା କମିଟିକୁ ତାଗିଦ କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ନେବାକୁ ଦାବିହେଉଛି |






