ଦୁର୍ବଳ ହେଲା ଟଙ୍କା
ନୂଆଦିଲ୍ଲୀ,୧୪ା୮ : ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି । ଏହି କ୍ରମରେ ମଙ୍ଗଳବାର ଏକ ଡଲାରର ମୂଲ୍ୟ ୭୦ ଟଙ୍କାରେ ପହଁଚିଛି । ମଙ୍ଗଳବାର ସେୟାର ବଜାର କାରବାର ଆରମ୍ଭ ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୯.୭୮ ଥିଲା । ମାତ୍ର କିଛି ସମୟ ପରେ ଟଙ୍କା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଥିଲା । ପ୍ରଥମଥର ଟଙ୍କା ଡଲାର ତୁଳନାରେ ସର୍ବନିମ୍ନସ୍ତର ୭୦.୦୯ରେ ବନ୍ଦ ହୋଇଛି । ଉଲ୍ଲେଖ ଯେ, ସୋମବାର ଡଲାର ତୁଳନାରେ ଟଙ୍କାର ସର୍ବନିମ୍ନସ୍ତର ୬୯.୯୩ରେ ସେୟାର ବଜାର କାରବାର ବନ୍ଦ ହୋଇଥିଲା । ତେବେ ଏଥିରେ ଭୟଭୀତ ହେବାର କାରଣ ନାହିଁ । ବାହ୍ୟ ବଜାର ଯୋଗୁଁ ଟଙ୍କା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି ବୋଲି ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି । ଅପରପକ୍ଷରେ କଂଗ୍ରେସ ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କୁ କଡା ସମାଲୋଚନା କରିଛି । କଂଗ୍ରେସ ସରକାର ଯାହା ୭୦ ବର୍ଷରେ କରିପାରି ନଥିଲେ ମୋଦି ସରକର ମାତ୍ର ୪ ବର୍ଷରେ କରି ଦେଖାଇଦେଲେ ବୋଲି କଂଗ୍ରେସ କଟାକ୍ଷ କରିଛି । ଏହିକ୍ରମରେ ୪୫ ବର୍ଷରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭ରୁ ୭୦ରେ ପହଁଚିଛି । ଅର୍ଥାତ ୪୫ ବର୍ଷ ତଳେ ଏକ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭ ଥିଲା । ଏବେ ଏକ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦ରେ ପହଁଚିଛି । ଫଳରେ ମଙ୍ଗଳବାର କାରବାର ଶେଷ ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୧୦ ଟଙ୍କା ହ୍ରାସ ପାଇ ସର୍ବନିମ୍ନସ୍ତରରେ ପହଁଚିଛି । କେବଳ ଡଲାର ନୁହେଁ ଏସିଆର ଅନ୍ୟ କେତେକ ଦେଶର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି ।
ବାଣିଜ୍ୟ
ଦୁର୍ବଳ ହେଲା ଟଙ୍କା , ୭0 ପାରହେଲା l
More in ବାଣିଜ୍ୟ
-
ଦୁର୍ଗାପୂଜାର ପ୍ରସ୍ତୁତି ଶେଷ , ଝଲସୁଛି ପୂଜା ପେଣ୍ଡାଲ
ଭୁବନେଶ୍ୱର – ରାତିପହିଲେ ଷଷ୍ଠୀ ଓ ବିଲ୍ୱ ବରଣୀ , ଲୋକଙ୍କ ମନରେ ବଢୁଛି ଉତ୍ସାହ . ମନୋହରୀ...
-
ରାଜ୍ୟରେ ଦୀପାବଳୀ ରଙ୍ଗାରଙ୍ଗ ଆତସବାଜୀରେ ଝଲସୁଛି І
ଭୁବନେଶ୍ୱର – ଦୀପାବଳି ଜମୁଛି І ରଙ୍ଗ ବେରଂଗ ଆଲୋକମାଳା ଓ ଢ଼ୋ ଢା ଶବ୍ଦରେ ଲୋକମାନେ ପାଳୁଛନ୍ତି...
-
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ ବାରଣାସୀ, ୧୬ ଫେବୃୟାରୀ –...
-
ବଢିଲା ବସ୍ ଭଡା
ବଢିଲା ବସ୍ ଭଡା ଭୁବନେଶ୍ୱର, ୦୬ ଜାନୁଆରୀ – ରାଜ୍ୟ ସରକାର ସୋମବାର ବସ୍ ଭଡା ବୃଦ୍ଧି କରିଛନ୍ତି...