ଭୁବନେଶ୍ୱର,୬ା୮ : ସରକାରୀ ଡାକ୍ତରଖାନାଗୁଡିକର ଘରୋଇକରଣ ବନ୍ଦ କରିବା ସମେତ ୫ ଦଫା ଦାବି ପୂରଣ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ସୋମବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଘେରାଉ କରିବାପାଇଁ ଯାଇଥିବା ବେଳେ ରାଜମହଲ ଛକ ଠାରେ ପୋଲିସ୍ ପକ୍ଷରୁ ସେମାନଙ୍କୁ ଅଟକାଯାଇଥିଲା । ଫଳରେ ପୋଲିସ୍ ଓ କେଂଗ୍ରେସ ସମର୍ଥୀତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ପରିସ୍ଥିତି ଅସମ୍ଭାଳ ହେବାରୁ ପୋଲିସ୍ ଶତାଧିକ ସଂଖ୍ୟାରେ ସେମାନଙ୍କୁ ଗିରଫ କରିଥିଲଳ ।
ସୋମବାର ପୂର୍ବାହ୍ନରେ ଇତିଶ୍ ପ୍ରଧାନଙ୍କ ନେତୃତ୍ୱରେ ତିନିଗୋଟି ମେଡିକାଲ କଲେଜ (ଏସସିିବି,ଏମକେସିଜିଓ ବୁର୍ଲା)ର ଶତାଧିକ ଡିଏମ୍ଏଲ୍ଟି ଓ ଡିଏମ୍ଆରଟି ଛାତ୍ରଛାତ୍ରୀ ଏବଂ ଛାତ୍ର କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ ଉଦ୍ଦେଶ୍ୟରେ ଯାଇଥିଲେ । ରାଜମହଲ ଛକ ନିକଟରେ ପୋଲିସ ବାଧା ଦେବାରୁ ଧସ୍ତାଧସ୍ତି ହୋଇଥିଲା ଓ ଇତିଶ୍ ପ୍ରଧାନଙ୍କ ସମେତ ବହୁ ଛାତ୍ରନେତା ଗିରଫ ହୋଇଥିଲେ । ରାଜ୍ୟରେ ଟେକ୍ ମେଡ୍ ହେଲ୍ଥ କେୟାର ଓ ଡାଇଗ୍ନୋଷ୍ଟିକ୍ ରାଜ୍ୟ ସରକାରଙ୍କ ନିଦାନ ସେବା ସହ ଚୁକ୍ତିନାମା କରି ପିପିପି ମୋଡ୍ରେ କାର୍ଯ୍ୟକାରୀ କରୁଛି । ସରକାରୀ ଡାକ୍ତରଖାନାଗୁଡିକରେ ବହୁ ପଦବୀ ଖାଲି ଥିଲେ ମଧ୍ୟ ଶିକ୍ଷିତ ଯୋଗ୍ୟ ବେକାର ଯୁବକ ଯୁବତୀ ନିଯୁକ୍ତିରୁ ବଂଚିତ ହେଉଛନ୍ତି । ନିଦାନ ସେବା ସ୍ୱୟଂଚାଳିତ ଭାବେ କାର୍ଯ୍ୟ ନ କରିବା ପାଇଁ ଓ ସରକାରୀ ଡାକ୍ତରଖାନାଗୁଡିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ୨୦୧୮-୧୯ ଡିଏମ୍ଏଲ୍ଟି ଓ ଡିଏମ୍ଆରଟିର ବାର୍ଷିକ କୋର୍ଷକୁ ବାତିଲ କରିବାକୁ ସେମାନେ ଦାବି କରିଥିଲେ । ଉପରୋକ୍ତ ଦାବିଗୁଡିକ ସାତ ଦିନ ମଧ୍ୟରେ ରାଜ୍ୟ ସରକାର ପୂରଣ ନକଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ନେତା ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ୍ ଦାସ, ଅଭିଷେକ ପରିଡା, ଅମରେନ୍ଦ୍ର ଶ୍ରୀଚନ୍ଦନ,ଏମ୍.ଡି. ଫିରୋଜ ଅଲ୍ଲୀଙ୍କ ସମେତ ବହୁ ଡିଏମ୍ଏଲ୍ଟି ଓ ଡିଏମ୍ଆରଟିର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
Uncategorized
ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ଛାତ୍ରଛାତ୍ରୀ – ପୋଲିସ୍ ଧସ୍ତାଧସ୍ତି , ଶତାଧିକ ଗିରଫ
More in Uncategorized
-
ଫେବୃଆରୀରୁ ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ
ଫେବୃଆରୀରୁ ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱର, ୧୬ ଜାନୁଆରୀ – ଏଣିକି ଭୁବନେଶ୍ୱର ଏକାମ୍ର...
-
୬ ସରକାରୀଙ୍କ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
୬ ସରକାରୀଙ୍କ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ – ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର , ୪ ଜଣ ବହିଷ୍କୃତ...
-
ଲିଙ୍ଗରାଜ ମନ୍ଦିର ପାଶ୍ୱର୍ରେ ଉଚ୍ଛେଦ ଜାରୀ
ଲିଙ୍ଗରାଜ ମନ୍ଦିର ପାଶ୍ୱର୍ରେ ଉଚ୍ଛେଦ ଜାରୀ ଭୁବନେଶ୍ୱର,୧୩ ଡିସେମ୍ବର – ଲିଙ୍ଗରାଜ ମନ୍ଦିରର ନବୀକରଣ ପାଇଁ ଦକ୍ଷିଣଦ୍ୱାର ପାଶ୍ୱର୍ରେ...
-
ଓଡିଶାରେ ରାଷ୍ଟ୍ରପତି
ଓଡିଶାରେ ରାଷ୍ଟ୍ରପତି ଭୁବନେଶ୍ୱର, ୨୭ ସେପ୍ଟେମ୍ବର – ଓଡିଶାରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ । ରାଷ୍ଟ୍ରପତି ସପତ୍ନୀକ...