ଇସ୍ରାଏଲ ଠାରୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ
୫୬୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷରିତ
ତେଲ ଅଭିଭ,୨୪ା୧୦ : ଋଷ ପରେ ଏବେ ଇସ୍ରାଏଲଠାରୁ ଭାରତ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା (ଏୟାର ମିଶାଇଲ ଡିଫେନ୍ସ ସିଷ୍ଟମ) କିଣିବ । ଏଥିପାଇଁ ଇସ୍ରାଏଲର ଏରୋସ୍ପେସ ଇଣ୍ଡଷ୍ଟ୍ରିଜ୍ (ଆଇଏଆଇ)କୁ କଣ୍ଟ୍ରାକ୍ଟ ଦିଆଯାଇଛି । ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହ ମିଶି ଏଲଆରଏସ୍ଏଏମ୍ ଆକାଶ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପ୍ରସ୍ତୁତି କରିବ । ଏନେଇ ୫,୬୮୪ କୋଟି ଟଙ୍କାର ଏକ ରାଜିନାମା ସ୍ୱାକ୍ଷର ହୋଇଛି ଓ ଏଥିରେ ଆଇଏଆଇ ସହ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହଭାଗୀ ରହିଛି । ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନୌସେନାର ୭ଟି ଜାହାଜରେ ମୁତୟନ କରାଯିବ । ଭାରତୀୟ ନୌସେନା ସହ ସ୍ଥଳ ଏବଂ ବାୟୁ ସେନା ମଧ୍ୟ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ବ୍ୟବହାର କରିପାରିବେ । ପୂର୍ବରୁ ଭାରତ ଋଷ ସହ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ରାଜିନାମା କରିଥିଲା । ଆମେରିକା ଏହାକୁ ନେଇ ପ୍ରତିବାଦ ଜଣାଇଥିଲା । କିନ୍ତୁ ଏବେ ଭାରତ ଆମେରିକାର ସବୁଠୁ ବଡ ପ୍ରତିରକ୍ଷା ସହଯୋଗୀ ଇସ୍ରାଏଲ ସହ ଏହି ପ୍ରତିରକ୍ଷା ରାଜିନାମା କରିଛି । ଆଇଏଆଇ ଅନୁସାରେ ଏହି ରାଜିନାମା ପରେ ବାରକ-୮ କ୍ଷେପଣାସ୍ତ୍ର ରାଜିନାମା (୫ଶହ କୋଟି ଡଲାର) ୪୪ ହଜାର କୋଟି ଟଙ୍କାରେ ପହଞ୍ôଚଛି । ଏହାସହ ଇସ୍ରାଏଲ ଭାରତ ପାଇଁ ତୃତୀୟ ସର୍ବାଧିକ ପ୍ରତିରକ୍ଷା ଅସ୍ତ୍ର ଯୋଗାଉଥିବା ରାଷ୍ଟ୍ର ହୋଇଛି । ତେବେ ଭାରତକୁ ପ୍ରତିରକ୍ଷା ଅସ୍ତ୍ର ଯୋଗାଉଥିବା ରାଷ୍ଟ୍ରଙ୍କ କ୍ଷେତ୍ରରେ ଆମେରିକା ପ୍ରଥମ ଏବଂ ଋଷ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଗତବର୍ଷ ଇସ୍ରାଏଲର ଆଇଏଆଇ ଭାରତୀୟ ସେନା ସହ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ୧୪ ହଜାର କୋଟି ଟଙ୍କାର ରାଜିନାମା କରିଥିଲା । ଏଥିରେ ଆଇଏଆଇ ଭୂପୃଷ୍ଠକୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ୮ଟି ବାରାକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବିଇଏଲକୁ ସହଭାଗୀ କରିଥିଲା । ବାରାକ କ୍ଷେପଣାସ୍ତ୍ରକୁ ଜାହାଜରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଭାବେ ବ୍ୟବହାର କରାଯାଏ ।
ଦେଶ
ଇସ୍ରାଏଲ ଠାରୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ
More in ଦେଶ
-
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ
ତିନି ଜ୍ୟେତିର୍ଲିଙ୍ଗକୁ ସଂଯୋଗ କରୁଥିବା ରେଳ ସେବାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇଲେ ବାରଣାସୀ, ୧୬ ଫେବୃୟାରୀ –...
-
ପାନକାର୍ଡ଼ ସହ ଆଧାର ଲିଙ୍କର ଅବଧି ବୃଦ୍ଧି
ପାନକାର୍ଡ଼ ସହ ଆଧାର ଲିଙ୍କର ଅବଧି ବୃଦ୍ଧି ଭୁବନେଶ୍ୱର,୩୦ ଡିସେମ୍ବର – ପାନ୍ ସହ ଆଧାର କାର୍ଡ଼ର ଲିଙ୍କର...
-
ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍ ଆଲୋଚନା
ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍ ଆଲୋଚନା ନୂଆଦିଲ୍ଲୀ,୧୬ ଡିସେମ୍ବର –...
-
ବିଏସଏନଏଲ ସହ ମିଶିବ ଏମଟିଏନଏଲ !
ବିଏସଏନଏଲ ସହ ମିଶିବ ଏମଟିଏନଏଲ – ଉଭୟ କମ୍ପାନୀକୁ ମିଳିବ ୪ଜି ସ୍ପେକ୍ଟ୍ରମ -୧୫ ହଜାର କୋଟି ଟଙ୍କାର...