ଅମିତାଭଙ୍କୁ ସୟାଜୀ ରତ୍ନ ସମ୍ମାନ
ଭଦୋଦରା,୨୧ା୧୧ : ବଲିଉଡର ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ମଙ୍ଗଳବାର ତୃତୀୟ ସୟାଜୀ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ସମାଜସେବା କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ଭିତ୍ତିରେ ଅମିତାଭଙ୍କୁ ଏହି ସମ୍ମାନ ଦିଆଯାଇଛି । ଭଦୋଦରାର ପୂର୍ବତନ ଶାସକ ସୟାଜୀରାଓ ଗାଏକୱାଡ ତୃତୀୟଙ୍କ ସ୍ମୃତିରେ ୨୦୧୩ରେ ଏହି ସମ୍ମାନର ଶୁଭାରମ୍ଭ କରାଯାଇଥିଲା । ପୂର୍ବରୁ ଏହି ସମ୍ମାନ ଇନଫୋସିସର ସହ-ପ୍ରତିଷ୍ଠାତା ଏନ୍ଆର ନାରାୟଣ ମୂର୍ତ୍ତି ଓ ଶିଳ୍ପପତି ରତନ ଟାଟାଙ୍କୁ ମିଳିଛି । ଲକ୍ଷ୍ମୀ ବିଳାସ ପ୍ୟାଲେସରେ ଆୟୋଜିତ ହୋଇଥିବା ଏକ ସମାରୋହରେ ବଚ୍ଚନ କହିଥିଲେ ଯେ, ସେ ଉତ୍ତର ପ୍ରଦେଶର ୧,୩୯୮ଜଣ ଓ ମହାରାଷ୍ଟ୍ରର ୩୫୦ଜଣ ଚାଷୀଙ୍କ ଋଣ ସୁଝିଛନ୍ତି । ତାଙ୍କ କହିବା ଅନୁସାରେ, ଏପରି ପଦକ୍ଷେପ ତାଙ୍କୁ ଆନ୍ତରିକ ଶାନ୍ତି ଦେଇଥାଏ ।
ମନୋରଞ୍ଜନ
ଅମିତାଭଙ୍କୁ ସୟାଜୀ ରତ୍ନ ସମ୍ମାନ
More in ମନୋରଞ୍ଜନ
-
ନନ୍ଦନକାନନରେ ନୂଆ ଅତିଥି – ଆନାକୋଣ୍ଡା
ନନ୍ଦନକାନନରେ ନୂଆ ଅତିଥି – ଚେନ୍ନାଇରୁ ଆସିଲେ ୮ ଆନାକୋଣ୍ଡା , ୩ ନାଇଲ କୁମ୍ଭୀର ଭୁବନେଶ୍ୱର, ୨୨...
-
ହାଉସଫୁଲ ୪ ର ଟ୍ରେଲର ରିଲିଜ୍
ହାଉସଫୁଲ ୪ ର ଟ୍ରେଲର ରିଲିଜ୍ ମୁମ୍ବାଇ, ୨୭ ସେପ୍ଟେମ୍ବର – ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ...
-
୨୦୧୮ ବର୍ଷ ପାଇଁ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
୨୦୧୮ ବର୍ଷ ପାଇଁ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା • ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ଶ୍ରେଷ୍ଠ ଫିଚର...
-
‘ରାମାୟଣ କୁ ନେଇ ବଲିଉଡ୍ ଫିଲ୍ମ
‘ରାମାୟଣ କୁ ନେଇ ବଲିଉଡ୍ ଫିଲ୍ମ ମୁମ୍ବାଇ, ୦୧ ଅଗଷ୍ଟ – ହିନ୍ଦୁ ଧର୍ମର ପୌରାଣିକ ଗ୍ରନ୍ଥ ରାମାୟଣ...