Connect with us

ଆମ ଖବର

କେନ୍ଦ୍ର ସରକାର ଟିଭି ଦର୍ଶକଙ୍କର ତଣ୍ଟି ଚିପି ପଇସା ନେବେ ?

ସାଙ୍କେତିକ

କେନ୍ଦ୍ର ସରକାରଙ୍କର ଅବାଂଛିତ ନିୟମ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ :- ସୋମନାଥ ରାଉତରାୟ
ନୂଆଦିଲ୍ଲୀ :- ସର୍ବଭାରତୀୟ ଟିଭି ଦର୍ଶକ ସଂଘ ର କାର୍ଯ୍ୟକାରୀ ସଭାପତି ଏକ ବିବୃତିରେ କହିଛନ୍ତିଯେ ,ବର୍ତମାନ ‘ଟ୍ରାଇ’ (ଟେଲିକମ ନିୟାମକ ଆୟୋଗ, TRAI ) ଯେଉଁ ଆଇନ ଟିଭି ଉପଭୋକ୍ତାଙ୍କ ଉପରେ ଲାଗୁକରିବାକୁ ଅଡ଼ିବସିଛି ତାହା ଅଭୂତପୂର୍ବ । କିଛି ନେସ୍ତସ୍ୱାର୍ଥ ପ୍ରସାରଣ ଓ ବିତରକ ସଂସ୍ଥାର ହାତବାରିସୀ ହୋଇ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ‘ଟ୍ରାଇ’ ଜନସାଧାରଣଙ୍କ ତଣ୍ଟି କାଟିବାକୁ ନିଷ୍ପତି ନେଇଛି । ପୁଞ୍ଜିପତିମାନଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ର ସରକାର,ଜନସାଧାରାଣଙ୍କୁ ‘ଟ୍ରାଇ’ ମାଧ୍ୟମରେ ଶୋଷଣ କରିବାକୁ ଅଘୋଷିତ ନିର୍ଦେଶନାମା ଜାରିକରିଛନ୍ତି । କେନ୍ଦ୍ର ସରକାରଙ୍କର ଏହା ଏକଛତ୍ରବାଦୀ ମାନସିକତା ଓ ପୁଞ୍ଜିପତି ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦିଷ୍ଟ । ଏହି ନିୟମ ଲାଗୁକରି ଜନସାଧାରଣଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ନିନ୍ଦନୀୟ । ନିମ୍ନରେ ଦିଆଯାଇଥିବା ତୁଳନାତ୍ମକ ଚିତ୍ରକୁ ଅନୁଧ୍ୟାନକଲେ ଜାଣିପାରିବା କେନ୍ଦ୍ର ସରକାରଙ୍କର ମନମୁଖୀ ଓ ଅର୍ଥ ହରିଲୁଟ ମନୋବୃତ୍ତିର ଶାସନ ।
1. ବର୍ତମାନ ଟିଭିର ସମସ୍ତ ଚାନେଲ ଦେଖିବାପାଇଁ ଆମେ ଭୁବନେଶ୍ୱରରେ Rs 180/- ଟଙ୍କାରୁ ସ୍ଥଳ ବିଶେଷରେ Rs 250/- ଟଙ୍କା ପର୍ଯ୍ୟନ୍ତ ଦେଉଥିଲେ ଓ ଦେଶର ପ୍ରମୁଖ ସହର ଦିଲ୍ଲୀ .ମୁମ୍ବାଇ .ଚେନ୍ନାଇ ଓ କୋଲକାତା ଭଳି ସହର ଗୁଡିକରେ Rs 300/- ଟଙ୍କା ଦେଉଥିଲେ । କିନ୍ତୁ ଗ୍ରାମାଞ୍ଚଳରେ Rs 120/-ଟଙ୍କା ରୁ Rs 150/-ଟଙ୍କା ଦେଉଥିଲେ । ନୂଆ ନିୟମ ଅନୁସାରେ ଆମ ଦେଶର ସମସ୍ତ ଚାନେଲ(ସମସ୍ତ ଦେୟଯୁକ୍ତ ଚାନେଲ, Pay Chanel) ଦେଖିବାକୁ ହେଲେ Rs 1200/-ଟଙ୍କା ରୁ ଅଧିକ ଦେୟ ଦେବାକୁ ହେବ । ଆସନ୍ତୁ ଏହା କିପରି ଓ କେମିତି ଜାଣିବା ।
କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଧାରିତ ଦେୟକୁ ବିଚାର କଲେ ..
କେନ୍ଦ୍ର ସରକାର 100ଟି ଦେୟ ମୁକ୍ତ ଚାନେଲ ଯେଉଁଥିରେ 26 ଟି ଦୂରଦର୍ଶନ ଚାନେଲ ଅନ୍ତର୍ଭୁକ୍ତ ଓ କିଛି ଅନାମଧେୟ ଚାନେଲକୁ ‘ପ୍ରାରମ୍ଭ ଚାନେଲ ‘ର ଆଖ୍ୟା ଦେଇ ସମସ୍ତଙ୍କ ପାଇଁ ବାଧ୍ୟତା ମୂଳକ କରିଛନ୍ତି । ଅର୍ଥାତ ଆପଣ ଏହାକୁ ନନେଲେ ଅନ୍ୟ ଚାନେଲ ଗୁଡିକୁ ଦେଖିପାରିବେ ନାହିଁ । ଏହାର ଦେୟ ସମସ୍ତ କର ସହିତ Rs 152.40/-(ଏକ ସହ ପଚାଶ ଟଙ୍କା ଚାଳିଶ ପଇସା) ଦେବାକୁ ବାଧ୍ୟ ।
ଏହାପରେ ଆପଣ ନିଜ ଭାଷାର ଚାନେଲ ସହିତ ନିଜ ପସନ୍ଦର ଚାନେଲ ଦେଖିବାକୁ ଚାହିଁବେ । ଉଦାହରଣ ସ୍ୱରୂପ –
କେବଳ ଷ୍ଟାରପ୍ଲସ -Rs19 /-ଟଙ୍କା .ସୋନୀ ସେଟ Rs19/-ଟଙ୍କା ,ଜ଼ୀ ଟିଭି Rs 19./- ଟଙ୍କା ,କାର୍ଟୁନ ନେଟୱାର୍କ Rs 4.25 ,ମ୍ୟୁଜିକ ଏମ ଟିଭି 3.00 ଡ଼ିସକବରୀ 4.00,ନ୍ୟୁଜ ଚାନେଲ 3.00 ଖେଳ ଚାନେଲ Rs 19.00/- ଓ ଓଡ଼ିଆ ଚାନେଲ ତରଙ୍ଗ ,କଲର୍ସ ଓଡ଼ିଆ ,ପାର୍ଥନା ,ପ୍ରଭୃତି ଲୋକପ୍ରିୟ ଚାନେଲକୁ ଦେଖିବାକୁହେଲେ ପ୍ରାୟ Rs 37.00 ଟଙ୍କା ଦେବାକୁ ହେବ
ଅର୍ଥାତ 152+19 +19 +19+ 4.25+ 3.00+ 4.00+3.00.+19.00+37.00 ଏହାସହିତ ଅତିରିକ୍ତ କର କୁ ମିଶାଇଲେ ଏହା 330.00 ଟଙ୍କା ହେବ ଯାହା କେବଳ ପ୍ରମୁଖ ଚାନେଲ ଗୁଡିକୁ ଦେଖିବା ପାଇଁ । ଏହା ଛଡା ଯେମିତି ଯେମିତି ଅନ୍ୟ ଚାନେଲ ଗୁଡିକୁ ଦେଖିବାକୁ ମନ ବଳେଇବେ ସେମିତି ମାସିକ ଦେୟରେ ମଧ୍ୟ ଦର ବୃଦ୍ଧି ଘଟିବ .
2. ଏହାଛଡା ସହରାଂଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ତାରତମ୍ୟ କୁ ଉଛେଦ କରାଯାଇଛି ଯାହା ସମ୍ପୂର୍ଣ ଅଗଣତାନ୍ତ୍ରିକ ଓ ଅନ୍ୟାୟ । କାରଣ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଅର୍ଥନୈତିକ ତାରତମ୍ୟ ରହିଛି । ଏହି ନିୟମ ଲାଗୁହେଲେ ଗ୍ରାମାଞ୍ଚଳ ଦର୍ଶକ ଭୟଙ୍କର ଭାବରେ ପ୍ରଭାବିତ ହେବେ ଓ ସେମାନେ ଏହି ଦରବୃଦ୍ଧିକୁ ସହିପରିବେ ନାହିଁ ।
ଥରେ ଭାବି ଦେଖନ୍ତୁ ତ ! ଗ୍ରାମାଞ୍ଚଳରେ ଲୋକଙ୍କର ଆର୍ଥିକ ମାନଦଣ୍ଡ କଣ ଏତେ ଉର୍ନତ ଯେ ,ସେମାନେ ମାସିକ 250 ଟଙ୍କାରୁ ଅଧିକ ଦେଇ ପାରିବେ ?
3. ଏବେ ଆମେ ଆଲୋଚନା କରିବା ‘ଆମ ଉପଭୋକ୍ତା ଅଧିକାର ଓ ନୈତିକ ଅଧିକାର’ ଉପରେ –
ଆମେ ଯଦି ମନୋରଞ୍ଜନ ଧର୍ମୀ ଦେୟଯୁକ୍ତ ଚାନେଲ (Pay Chanel) ଦେଖିବୁ ତେବେ ସେଥିରେ ଆସୁଥିବା ବିଜ୍ଞାପନ ଦେଖିବୁ କାହିଁକି ? ଦର୍ଶକ କଣ ପଇସା ଦେଇ ବିଜ୍ଞାପନ ଦେଖିବେ ?

ଉଦାହରଣ ସ୍ୱରୂପ – ଆମେ ସିନେମା ଦେଖିବାକୁ ପ୍ରକ୍ଷାଳୟକୁ ଗଲେ ଅଢେଇ ଘଣ୍ଟାର ଚଳଚିତ୍ର ପାଇଁ ଅତିବେଶୀରେ 10 ମିନିଟର ବିଜ୍ଞାପନ ଦେଖିଥାଉ, କିନ୍ତୁ ଟିଭିରେ ମନୋରଞ୍ଜନ ପାଇଁ ଅଧଘଣ୍ଟାର ପ୍ରୋଗ୍ରାମ ଦେଖିବାପାଇଁ 12 ମିନିଟର ବିଜ୍ଞାପନ ଦେଖିବାକୁ ବାଧ୍ୟ ହୋଇଥାଉ । ଅର୍ଥାତ ଅଢେଇ ଘଣ୍ଟା ଯଦି ଆପଣ ଟିଭି ଦେଖିବେ ତେବେ ଏକ ଘଣ୍ଟା ବିଜ୍ଞାପନ ଦେଖିବାକୁ ବାଧ୍ୟ ।
କଣ ପାଇଁ ଆମେ ପଇସାଦେଇ ବିଜ୍ଞାପନ ଦେଖିବୁ ?
4. କେବଳ ସମ୍ବାଦ ଭିତ୍ତିକ ବା ଖବର ପ୍ରସାରଣ କରୁଥିବା ଚାନେଲ ଗୁଡିକୁ ବିଜ୍ଞାପନ ପ୍ରସାରଣ କରିବାର ଅନୁମତି ଦେଇ, ଅନ୍ୟ ମନୋରଞ୍ଜନ ଭିତ୍ତିକ ଦେୟଯୁକ୍ତ (Pay Chanel) ଗୁଡ଼ିକକୁ ବିଜ୍ଞାପନ ପ୍ରସାରଣରୁ ନିବୃତ ରଖାଯାଉ ।
5. କେନ୍ଦ୍ର ସରକାର , ପ୍ରସାରଣକାରୀ ମାନେ ପାଉଥିବା ବିଜ୍ଞାପନ ,ବିତରକ ଓ ଘରକୁ ଘର ଯୋଗାଇଦେଉଥିବା ବିତରଣକାରୀ ମାନେ ବ୍ୟବହାର କରୁଥିବା ଆଣ୍ଟିନା ,କେବୁଲ ଓ ଯନ୍ତ୍ରାଂଶରୁ ପ୍ରଭୂତ ଟିକସ ଆଦାୟ କରୁଥିବାରୁ, ଦର୍ଶକ ମାନଙ୍କଠାରୁ ନିଆଯାଉଥିବା ମାସିକ ଦେୟ ଉପରେ ଆଉ ଟିକସ ଆଦାୟ କରିବା ଅଯୋୖତିକ ଓ ଗ୍ରହଣୀୟ ନୁହିଁ ।
କେନ୍ଦ୍ର ସରକାର ଉପୋରକ୍ତ ଭୁଲ ଓ ବିଭ୍ରାନ୍ତିକର ନିୟମ ଲାଗୁ ନକରି ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ । ଆଗାମୀ ଦିନରେ ଏକ ଜନହିତକର ଓ ଲୋକପ୍ରିୟ ନିୟମ ଲାଗୁକରିବା ପାଇଁ 5 ଜଣ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଏକ କମିଶନ ଗଠନ କରାଯାଉ । ଦେଶର ସମସ୍ତ ପ୍ରସାରଣକାରୀ ,ବିତରକ,ଘରକୁ ଘର ଯୋଗାଇଦେଉଥିବା ବିତରଣକାରୀ ଓ ସର୍ବୋପରି ଖାଉଟି ମହାସଂଘ ସହିତ ଦର୍ଶକ ମହାସଂଘ ଗୁଡିକର ପ୍ରତିନିଧି ମାନଙ୍କଠାରୁ ନିଆଯାଇଥିବା ବିଭିନ୍ନ ଅଭିଯୋଗ ଓ ପ୍ରସ୍ତବ ଗୁଡିକୁ କମିଶନ ବିଚାରକରି, କମିଶନ ଦ୍ୱାରା ପ୍ରଦତ୍ତ ସୁସ୍ଥ ଜନକଲ୍ୟାଣକାରୀ ନିୟମ ଲାଗୁ କରିବାକୁ ଆମେ ଦାବି କରୁଛୁ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର