Connect with us

ଖେଳ

ଓଡ଼ିଆ ଝିଅ ଦୂତି ଆଜିଠୁ ହୋଇଗଲେ “ସିଲଭର କୁଇନ” ବା “ରୋପ୍ୟ ରାଣୀ” l

ଓଡ଼ିଆ ଝିଅ ଦୂତି ଆଜିଠୁ ହୋଇଗଲେ "ସିଲଭର କୁଇନ" ବା "ରୋପ୍ୟ ରାଣୀ" l

ଓଡ଼ିଆ ଝିଅ ଦୂତି ଆଜିଠୁ ହୋଇଗଲେ “ସିଲଭର କୁଇନ” ବା “ରୋପ୍ୟ ରାଣୀ” l

ଭାରତକୁ ସ୍ୱର୍ଣ୍ଣ ଦେଲେ ଅର୍ପିନ୍ଦର ଓ ସ୍ୱପ୍ନା

ଜାକର୍ତ୍ତା,୨୯ା୮ : ଭାରତର କ୍ରୀଡ଼ା ଦିବସରେ ବୁଧବାର ଓଡ଼ିଆ ଝିଅ ନିଜ ଦେଶ ପାଇଁ ରୌପ୍ୟ ପଦକ ଆଣିଛନ୍ତି । ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଅନୁଷ୍ଠିତ ଅଷ୍ଟାଦେଶ ଏସୀୟ କ୍ରୀଡ଼ାରେ ମହିଳା ୨୦୦ ମିଟର ଫାଇନାଲରେ ଦୂତି ଏହି ସଫଳତାର ଅଧିକାରିଣୀ ହୋଇଛନ୍ତି । ଦୂତି ୨୦୦ ମିଟରକୁ ୨୩.୨୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି ।

ଏସୀୟ କ୍ରୀଡ଼ାରେ ସଫଳତା ପାଇଁ ଦୂତି ଚାନ୍ଦଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଓଡ଼ିଶା ରାଜ୍ୟପାଳ ଅଭିନନ୍ଦନ ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଜଣାଇଛନ୍ତି ।କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦୂତି ଚାନ୍ଦ ୩ଦିନ ତଳେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ୧୦୦ ମିଟର ଦୌଡରେ ରୌପ୍ୟ ପଦକ ଜିଣିଥିଲେ । ୨୦୦ ମିଟର ସେମିଫାଇନାଲରେ ଦୂତି ପ୍ରଥମ ହୋଇ ଫାଇନାଲରେ ପ୍ରବେଶ କରିଥିଲେ ।

ଏସୀୟ କ୍ରୀଡ଼ାରେ ୨ଟି ରୋପ୍ୟ ପଦକ ଜିତି ଇତିହାସ ରଚିବା ସହ ଦୂତିଙ୍କ ନିକଟକୁ ସମସ୍ତେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱତନ୍ତ୍ର ବାଲୁକା ସ୍ତୁପ ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ଅନ୍ୟପଟେ ଏସିଆନ ଗେମ୍ସର ଏକାଦଶ ଦିନରେ ଭାରତ ଚିତାକର୍ଷକ ପ୍ରଦର୍ଶନ କରିଛି । ଏହାସହ ଭାରତର ପଦକ ସଂଖ୍ୟା ୫୪ରେ ପହଂଚିଛି । ଯେଉଁଥିରେ ୧୧ଟି ସ୍ୱର୍ଣ୍ଣ ପଦକ ସମେତ, ୨୦ଟି ରୌପ୍ୟ ଏବଂ ୨୩ଟି ବ୍ରୋଞ୍ଜ ସାମିଲ ଅଛି ।

ଆଜି ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଇଛନ୍ତି ସ୍ୱପ୍ନା ବର୍ମନ । ସେ ହେପ୍ଟାଥଲନର ୮୦୦ ମିଟର ରେସରେ ସ୍ୱର୍ଣ୍ଣ ଜିତିଛନ୍ତି । ଆଜି ଖେଳର ଆରମ୍ଭରେ ଭାରତକୁ ସ୍ୱର୍ଣ୍ଣିମ ସଫଳତା ମିଳିଥିଲା । ଆଥଲେଟ୍ ଅରପିନ୍ଦର ସିଂ ଆଜି ଦେଶକୁ ୧୦ମ ସୁନା ପଦକ ପ୍ରଦାନ କରିଥିଲେ । ସେ ଟ୍ରିପଲ ଜମ୍ପ ଫାଇନାଲରେ ୧୬.୭୭ ମିଟର ଲମ୍ଫ ପ୍ରଦାନ କରି ଏହି ପଦକ ହାସଲ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ