Connect with us

ଅପରାଧ

ଜଷ୍ଟିସ୍ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି l

ଜଷ୍ଟିସ୍ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ ୩ମାସ ବୃଦ୍ଧି l

ଜଷ୍ଟିସ୍ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି
ଭୁବନେଶ୍ୱର,୭ା୯ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ କାର୍ଯ୍ୟକାଳ ଆଉ ତିନିମାସ ବୃଦ୍ଧି ହୋଇଛି । ତିନିମାସ ପାଇଁ ନିଯୁକ୍ତି ଦିଆଯାଇଥିବା ବେଳେ କମିଶନଙ୍କ କାର୍ଯ୍ୟକାଳ ଗୁରୁବାରରେ ଶେଷ ହୋଇଛି । କିନ୍ତୁ ଚାବି ହଜିବା ଘଟଣାର ତଦନ୍ତ ଅସମ୍ପୂର୍ଣ୍ଣ ରହିଛି । ସେଥିପାଇଁ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବାକୁ ସଚିବ କାଶୀନାଥ ପାଣିଗ୍ରାହୀ ଗୃହ ବିଭାଗକୁ ଚିଠି ଲେଖିଥିଲେ । ସଚିବଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର କମିଶନଙ୍କ କାର୍ଯ୍ୟକାଳୟ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ଜୁନ୍ ୬ରେ ତଦନ୍ତ କମିଟିର ଅଧ୍ୟକ୍ଷଭାବେ ନିଯୁକ୍ତି ଦିଆଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରଘୁବୀର ଦାଶ କମିଶନ ଜୁଲାଇ ୩୦ରେ ପ୍ରଥମ ଥର ପାଇଁ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ କମିଶନଙ୍କ ନିକଟରେ ମୋଟ ୧୦ଟି ସତ୍ୟପାଠ ଦାଖଲ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ