Connect with us

ଓଡିଶା

୮ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର , କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ଉଚ୍ଚଶିକ୍ଷା ପାଇଁ ମିଳିବ ଶିକ୍ଷାଋଣ

୮ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର , କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ଉଚ୍ଚଶିକ୍ଷା ପାଇଁ ମିଳିବ ଶିକ୍ଷାଋଣ

୮ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର , କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ଉଚ୍ଚଶିକ୍ଷା ପାଇଁ ମିଳିବ ଶିକ୍ଷାଋଣ
ଭୁବନେଶ୍ୱର,୨୪ା୮ : ଏଣିକି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା କଳିଙ୍ଗ ଶିକ୍ଷା ସାଥୀ ଯୋଜନା ରେ ସବୁ ବିଷୟରେ ଉଚ୍ଚଶିକ୍ଷା ଲାଭ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ଋଣ ଯୋଗାଇ ଦେବା ନେଇ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଛି । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ଯୋଗାଇ ଦିଆଯିବ ଏବଂ ଋଣ ପରିଷୋଦର ସ୍ଥଗନ ଅବଧି ୧୦ ବର୍ଷରୁ ୧୫ ବର୍ଷକୁ ବୃଦ୍ଧି କରିବାପାଇଁ କ୍ୟାବିନେଟ୍ ବୈଠକରେ ସ୍ଥିର ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟ ଠାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ କ୍ୟାବିନେଟ୍ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ଏସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା କଳିଙ୍ଗ ଶିକ୍ଷା ସଥୀ ଯୋଜନା ସୁଧ ରିହାତି ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ଅନୁସୂଚିତ ବ୍ୟାଙ୍କ୍ ମାନଙ୍କଠାରୁ ଦିଆଯାଉଥିବା ଶିକ୍ଷା ଋଣ ସୁଧ ଉପରେ ଆର୍ଥିକ ସହାୟତା ଦିଆଯାଉଛି । ଏହି ଯୋଜନା ମ୍ୟାନେଜମେଂଟ, ଇଂଟିଗ୍ରେଟେଡ୍ ଲ’ , ଇଂଜିନିୟରିଂ କିମ୍ବା ମେଡିସିନ୍ ପାଠ୍ୟକ୍ରମ ପାଇଁ ପ୍ରଯୁଜ୍ୟ । ଏହି ସ୍ୱଳ୍ପ ସଂଖ୍ୟକ ଅଧ୍ୟୟନ ବିଷୟ ଗୁଡିକ ପାଇଁ ଏବଂ ସ୍ୱଳ୍ପ କାଳୀନ ଋଣ ପରିଶୋଧର ସମୟ ପାଇଁ କେତେକ ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାଋଣ ପାଇବାରୁ ବଂଚିତ ହେଉଛନ୍ତି । ଏହି ଯୋଜନାରେ ଅଧିକ ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଯୋଜନାରେ ସାମାନ୍ୟ ପରିବର୍ତନ କରିବାର ଆବଶ୍ୟକତା ରହିଛି । ଯେଉଁସବୁ ଶିକ୍ଷାନୁଷ୍ଠାନରେ ଯେଉଁ ସବୁ ଅଧ୍ୟୟନ ବିଷୟ ପାଇଁ ସେଂଟ୍ରାଲ ସ୍କିମ୍ ଟୁ ପ୍ରୋଭାଇଡ୍ ଇଂଟରେଷ୍ଟ ସବସିଡି ପ୍ରଯୁଜ୍ୟ ଅଟେ । ସେ ସମସ୍ତ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ । ଏହି ପରିବର୍ତନ ୨୦୧୬ ଏପ୍ରିଲ ପହିଲା କିମ୍ବା ତା ପରେ ଏହି ଯୋଜନାରେ ମଂଜୁରୀପ୍ରାପ୍ତ ଶିକ୍ଷାଋଣ ପାଇଁ ପ୍ରଯୁଜ୍ୟ ଅଟେ ।

ଓଡିଶା ଅବକାରୀ ସେବା (ଅଫିସର ନିଯୁକ୍ତି ଚୟନ ଓ ସେବା ସର୍ତାବଳୀ) ନିୟମ , ୨୦୦୨ ର ପୁନଃ ସଂଶୋଧନ ନିମନ୍ତେ ଦିଆଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଛି । ସଂସଦୀୟ ବ୍ୟବସ୍ଥା ଅନୁଯାୟୀ ଉକ୍ତ ନିୟମର ସଂଶୋଧନ କରି ଖାଲି ପଡିଥିବା ୩୧ଟି ଅବକାରୀ ଅଧୀକ୍ଷକ ପଦବୀକୁ ଅବକାରୀ ଉପ ଅଧୀକ୍ଷକ ମାନଙ୍କୁ ପଦୋନ୍ନତି ଆଧାରରେ ପୂରଣ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା