Connect with us

ଖେଳ

୮୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା, ଭାରତୀୟ ପୁରୁଷ ହକି ଦଳ ହଂକଂକୁ ୨୬-୦ ଗୋଲରେ ହରାଇଲା

୮୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲା ଭାରତୀୟ ପୁରୁଷ ହକି ଦଳ
ହଂକଂକୁ ୨୬-୦ ଗୋଲରେ ହରାଇଲା
ନୂଆଦିଲ୍ଲୀ,୨୨ା୮ : ଏସିଆନ୍ ଗେମସ୍-୨୦୧୮ରେ ଭାରତୀୟ ପୁରୁଷ ହକିଦଳ ହଂକଂକୁ ଆଜି ୨୬-୦ ଗୋଲରେ ହରାଇବା ସହ ନିଜର ୮୬ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଏକ ନୂତନ କିର୍ତ୍ତିମାନ ସ୍ଥାପନ କରିଛନ୍ତି । ସଂପ୍ରତି ଜାକାର୍ତ୍ତା ଠାରେ ଚାଲିଥିବା ଏସିଆନ୍ ଗେମସ୍-୨୦୧୮ରେ ପୁଲ୍-ଏର ଏକ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ହଂକଂକୁ ୨୬-୦ ଗୋଲରେ ପରାସ୍ତ କରିଛି । ପୂର୍ବରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ରେ ଏତେ ସଂଖ୍ୟକ ଗୋଲ ବ୍ୟବଧାନରେ ଭାରତ ଅନ୍ୟ କୌଣସି ଦଳକୁ ହରାଇ ନଥିଲା ।

ପୂର୍ବରୁ ୧୯୩୨ରେ ଆୟୋଜିତ ଅଲିମ୍ପିକ୍ ଗେମରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ)କୁ ୨୪-୧ ଗୋଲରେ ପରାସ୍ତ କରିଥିଲା । ଯାହାକି ଭାରତ ପାଇଁ ଏଯାବତ୍ ଏକ ରେକର୍ଡ ହୋଇ ରହିଥିଲା । ତେବେ ବୁଧବାର ଦିନ ଜାକାର୍ତ୍ତା ଠାରେ ଚାଲିଥିବା ଏସିଆନ୍ ଗେମରେ ଭାରତ ହଂକଂକୁ ୨୬-୦ ଗୋଲରେ ହରାଇବା ସହ ନିଜର ୮୬ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ଭାରତର ରୁପିନ୍ଦର ପାଲ ସିଂହ ଅଧିକ ଗୋଲ (୩,୫,୩୦,୪୫ ଓ ୬୦ ମିନିଟ୍) ଦେଇଥିଲେ । ହରମନପ୍ରୀତ ସିଂହ (୨୯, ୫୨, ୫୩ ଓ ୫୫ ମିନିଟ୍)ରେ ଗୋଲ ଦେଇଥିଲେ । ସେହିଭଳି ଆକାଶଦୀପଙ୍କ ହ୍ୟାଟ୍ରିକ୍ ଗୋଲ (୨, ୩୨ ଓ ୩୫ମିନିଟ୍) ଦେଇଥିବା ବେଳେ ମନପ୍ରୀତ ସିଂହ ୩ ଓ ୧୭ ମିନିଟ୍), ଲଳିତ ଉପାଧ୍ୟାୟ (୧୭ ଓ ୧୯ମିନିଟ୍), ବରୁଣ କୁମାର (୨୩ ଓ ୩୦ମିନିଟ୍), ଏସ୍ଭି ସୁନୀଲ ୭ ମିନିଟ୍, ବିବେକ ସାଗର ପ୍ରସାଦ ୧୪ମିନିଟ୍, ମନଦୀପ ସିଂହ ୨୧ ମିନିଟ୍, ଅମିତ ରୋହୀଦାସ ୨୭ମିନିଟ୍, ଦିଲପ୍ରୀତ ସିଂହ ୪୮ ମିନିଟ୍, ଚିଙ୍ଗଲେନସନା ସିଂହ କାଙ୍ଗୁଜାମ ୫୧ମିନିଟ୍, ସିମରନଜୀତ ସିଂହ ୫୩ମିନିଟ୍ ଓ ସୁରେନ୍ଦ୍ର କୁମାର ୫୫ ମିନିଟ୍ରେ ଗୋଲ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ