Connect with us

ଦେଶ

୭୨ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ l

୭୨ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ l

୭୨ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୬ା୮ : ଲାଲ୍କିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଶେଷ ଭାଷଣ ଉପରେ ସମଗ୍ର ଦେଶବାସୀଙ୍କ ନଜର ଥିଲା । ପିଏମ୍ ମୋଦି ନିଜର ଏହି ଭାଷଣରେ ନା କେବଳ ଏନ୍ଡିଏ ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପନା କରିଛନ୍ତି । ବରଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ନିଜର ପ୍ରାଥମିକତା ମଧ୍ୟ ସ୍ଥିର କରିଛନ୍ତି । ଏହା ସହିତ ସମସ୍ତଙ୍କ ପାଇଁ ଘର, ବିଜୁଳି, ପାଣି, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟର ପ୍ରତିଶ୍ରୁତି ଦେଇ ଏହା ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେ, ସେ ୟୁପିଏ ସରକାରଙ୍କ ବିପରୀତ ଦେଶର ପରିବର୍ତ୍ତନ ପାଇଁ ବ୍ୟାକୁଳ ଅଛନ୍ତି । ଏହି ଭାଷଣ ଜରିଆରେ ସେ ୧୯ ର ଜାଲ ମଧ୍ୟ ବିଛାଇଛନ୍ତି । ପିଏମ୍ ମୋଦି ନିଜର ୮୨ ମିନିଟର ଭାଷଣରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ, ଗଗନଯାନ ଓ ସେନାରେ ପୁରୁଷଙ୍କ ପରି ମହିଳାଙ୍କୁ ମଧ୍ୟ ସ୍ଥାୟୀ ସେବା ଦେବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଭାଷଣରେ ଅନେକ ଥର ୨୦୧୩ ବର୍ଷର ସ୍ଥିତି ସହ ତୁଳନା କରି ଗତ ୟୁପିଏ ସରକାର ଉପରେ ଟାର୍ଗେଟ୍ କରିଛନ୍ତି । ରାଜନୈତିକ ବିଶ୍ଳେଷକଙ୍କ ମୁତାବକ ଏହି ଭାଷଣ ଜରିଆରେ ପିଏମ୍ ମୋଦି ନିଜ ସରକାରଙ୍କ ଉପଲବ୍ଧି ଉଲ୍ଲେଖ କରି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜର ବିରୋଧଙ୍କୁ ମାତ୍ ଦେବା ପାଇଁ ପାର୍ଟି ଅଭିମୁଖ୍ୟ ସ୍ଥିର କରିଛନ୍ତି । କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଦେଇଛନ୍ତି । ଯେ ଯଦି ସେ ପୁନର୍ବାର କ୍ଷମତାକୁ ଫେରନ୍ତି ତେବେ ତାଙ୍କର ପ୍ରାଥମିକତା କ’ଣ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୨୨ ପର୍ଯ୍ୟନ୍ତ କୌଣସି ଭାରତୀୟ ଅନ୍ତରୀକ୍ଷକୁ ଯିବେ । ଏଥିସହିତ ଭାରତ ମହାକାଶକୁ ମାନବ ପ୍ରେରଣ କରାଇବାରେ ଚତୁର୍ଥ ଦେଶ ହେବ । ଲାଲ୍କିଲ୍ଲାରୁ ମୋଦି କହିଛନ୍ତି ଯେ, ମୁଁ ଆଜି ଦେଶବାସୀଙ୍କୁ ଖୁସି ଖବର ଦେଉଛି ଯେ, ଯେବେ ୨୦୨୨ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରା ହେବ ସେତବେଳକୁ ଦେଶର ଯେ କୌଣସି ସନ୍ତାନ ମହାକାଶକୁ ଯିବେ । ତାଙ୍କ ହାତରେ ତ୍ରିରଙ୍ଗା ମଧ୍ୟ ଥିବ । ପିଏମ୍ ମୋଦି ନିଜ ଭାଷଣରେ ସବୁଠୁ ଅଧିକ ଗୁରୁତ୍ୱ ଗରିବ ଓ ମହିଳାଙ୍କ ଉପରେ ରହିଥିଲା । ପ୍ରଧାନମନ୍ତ୍ରୀ ବଳାତ୍କାର ମାମଲାରେ ଶୀଘ୍ର ଶୁଣାଣି କରି ଫାଶୀ ସଜା ଦେଇଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନ ଅଦାଲତକୁ ପ୍ରଶଂସା କରିଛନ୍ତି । ଆମକୁ ଏହା ପ୍ରଚାରିତ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ମହିଳାଙ୍କୁ ସେନାରେ ପୁରୁଷଙ୍କ ପରି ସ୍ଥାୟୀ ସେବା ଦେବାକୁ ଘୋଷଣା କରି ଦେଶର ଜନତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ଏନ୍ଡିଏ ସରକାର ଅମଳରେ ଦେଶ ସ୍ୱାଧୀନତା ପରେ ସବୁଠୁ ଅଧିକ ମହିଳା ମନ୍ତ୍ରୀ ଅଛନ୍ତି । ସେ ନିଜର ଭାଷଣରେ ତିନି ତଲାକକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ତିନି ତଲାକର ଶିକାର ମହିଳାଙ୍କୁ ଭରସା ଦେଇ କହିଛନ୍ତି ଯେ, ବିରୋଧୀଙ୍କ ବିରୋଧ ସତ୍ତେ୍ୱ ବି ସରକାର ସେମାନଙ୍କୁ ନ୍ୟାୟ ଦେଇ କି ହିଁ ରହିବେ । ସେ ନିଜର ଶେଷ ଭାଷଣରେ ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପୂରା ଧ୍ୟାନ ବିକାଶ ଉପରେ ରହିଛି । ଏହି ଆଧାରରେ ଛୋଟ ସହର ଓ ଗାଁର ଲୋକଙ୍କୁ ବିଜୁଳି, ଶୌଚାଳୟ ଓ ଘର ଉପଲବ୍ଧି ବଖାଣି ଥିଲେ । ରାଫେଲ ଡିଲରେ ଭ୍ରଷ୍ଟାଚାର ଓ ନିରବ ମୋଦିକୁ ନେଇ ବିରୋଧୀଙ୍କ ନିଶାଣରେ ରହିଥିବା ପିଏମ୍ ମୋଦି ନିଜର ଭାଷଣରେ ପୁଣି ଥରେ ଘୋଷଣା କରିଛନ୍ତି ଯେ, ଭ୍ରଷ୍ଟାଚାର ଓ କଳାଧନ ବିରୁଦ୍ଧରେ ତାଙ୍କର ଲଢ଼େଇ ଜାରି ରହିବ । ସେ କହିଛନ୍ତି ଯେ, ଆମେ କଡ଼ା ନିଷ୍ପତ୍ତି ନେବାକୁ ସାମର୍ଥ୍ୟ ରଖିଥାଉ କାରଣ ଦେଶ ହିତ ଆମ ପାଇଁ ସର୍ବୋପରି । କଳାଧନ ସମାପ୍ତ ପାଇଁ ଅଭିଯାନ ଜାରି ରହିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ