Connect with us

ଓଡିଶା

୭ରେ ଚାଷୀ ନେତାଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର

ସାଙ୍କେତିକ ଚିତ୍ର

୭ରେ ଚାଷୀ ନେତାଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର
ଭୁବନେଶ୍ୱର,୨୯ା୧୧ : ପ୍ରାଇସ୍ , ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ସମ୍ପର୍କରେ ଗଠିତ ମନ୍ତ୍ରୀ ସ୍ତରୀୟ କମିଟିର ବୈଠକ ଗୁରୁବାର ସଚିବାଳୟ ଠାରେ କମିଟିର ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ସମୟ ଧରି ବୈଠକ ଚାଲିଥିଲେ ହେଁ କୌଣସି ଚୂଡାନ୍ତ ନିଷ୍ପତି ନିଯଆଯାଇ ନଥିଲା ।

ପୁନର୍ବାର ଆଉ ଏକ ବୈଠକ ଆସନ୍ତା ୭ ତାରିଖ ଦିନ କୃଷି ଭବନ ବସିବ । ଉକ୍ତ ଦିନ ଚାଷୀ ସଂଗଠନର ନେତା ମାନଙ୍କ ସହିତ ଆଲୋଚନା କରି ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ବୈଠକ ସମ୍ପର୍କରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଦୀର୍ଘ ୮ ବର୍ଷ ହେଲା ଚାଷୀମାନେ ଏହି ଦାବି କରି ଆସୁଛନ୍ତି । ଗୃହରେ ଏସମ୍ପର୍କରେ ସେ ନିଜେ ମୁଲତବୀ ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀ ତାହା ଉପରେ ଯେଉଁ ଉତର ରଖିଥିଲେ ତହା ସନ୍ତୋଷଜନକ ନଥିଲା । ଚାଷୀ ମାନଙ୍କ ଦାବି ପୂରଣ ହେବ ନାହିଁ ।

ନିର୍ବାଚନ ଥିବାରୁ ଅଳ୍ପ କିଛି ଘୋଷଣା କରିପାରନ୍ତି ବୋଲି ସେ କହିଛନ୍ତିି । ଉକ୍ତ ବୈଠକରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ , ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଭାଗୀୟ ସଚିବ ଓ ଅଧିକାରୀ ମାନେ ଉପସ୍ଥିତଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା