Connect with us

ଅପରାଧ

୬ଟି ସହରରେ ପଲିଥିନ୍ ନିଷିଦ୍ଧ, ପୁଣି ଫେରିବ କାଗଜ ଠୁଙ୍ଗାର ଯୁଗ

ସାଙ୍କେତିକ ଚିତ୍ର

୬ଟି ସହରରେ ପଲିଥିନ୍ ନିଷିଦ୍ଧ, ପୁଣି ଫେରିବ କାଗଜ ଠୁଙ୍ଗାର ଯୁଗ
– ବିକଳ୍ପ ବ୍ୟବସ୍ଥା ନଥିବାରୁ ପ୍ରଥମ ଦିନ ଖୁଲମ ଖୁଲା ଚାଲିଲା ପଲିଥିନ୍ ବ୍ୟବହାର
– ଭୁବନେଶ୍ୱରରେ ବ୍ୟବସାୟୀଙ୍କୁ ୧ ମାସ ମହଲତ
ଭୁବନେଶ୍ୱର ପୂର୍ବ ଘୋଷଣା ଅନୁଯାୟୀ ଗାନ୍ଧୀ ଜୟନ୍ତୀ ଠାର ରାଜ୍ୟର ୬ଟି ସହରରେ ପିଲିଥିନ ନିଷିଦ୍ଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ମହାନଗର ନିଗମ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀରେ ସରକାରଙ୍କ ପ୍ଲାଷ୍ଟିକ ଓ ପଲିଥିନ ନିଷେଧାଦେଶ ଲାଗୁ ହୋଇଛି । ପଲିଥିନ୍ ବ୍ୟବହାର କଲେ ବ୍ୟବହାରକାରୀଙ୍କୁ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି । ତେଣୁ ପଲିଥିନ୍ ବ୍ୟବହାର ନ କରିବା ପାଇଁ ରାଜ୍ୟର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଅନ୍ୟପକ୍ଷରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟାନ୍ ହେବା ପରେ ଏବେ ପୁଣି ଥରେ କାଗଜ ଠୁଙ୍ଗାର ପ୍ରଚଳନ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ଦୋକାନ ବଜାର ଗୁଡିକରେ ଖୁଲମ ଖୁଲ୍ଲା ପଲିଥିନ୍ ବ୍ୟବହାର ହୋଇଥିଲା । ବ୍ୟବସାୟୀମାନେ ଗ୍ରାହକଙ୍କୁ ପଲିଥିନରେ ସାମଗ୍ରୀ ବିକ୍ରୟ କରିଥିଲେ । ସେହିପରି ଜଳଖିଆ ଏବଂ ହୋଟେଲ ବ୍ୟବସାୟୀମାନେ ପଲିଥିନ୍ ଏବଂ ଥର୍ମୋକୁଲ ବ୍ୟବହାର କରିଥିଲେ । ତେବେ ପଲିଥିନ୍ ଏବଂ ପ୍ଲାଷ୍ଟିକ୍ ର ବିକଳ୍ପ ବ୍ୟବସ୍ଥା ହୋଇ ନଥିବାରୁ ବ୍ୟବସାୟୀମାନେ ବ୍ୟାନ୍ କୁ ମାନିନଥିଲେ । ତେବେ ଭୁବନେଶ୍ୱରରେ ବ୍ୟବସାୟୀ ମାନଙ୍କୁ ୧ ମାସ ପାଇଁ ମହଲତ ଦିଆଯାଇଛି । ନଭେମ୍ବର ୨ ତାରିଖରୁ କଟକଣାକୁ ଜୋରଦାର ଲାଗୁ କରାଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ପ୍ଳାଷ୍ଟିକ୍ ବ୍ୟବହାର କଟକଣାକୁ ଉଲ୍ଲଂଘନ କଲେ ଦଣ୍ଡ ବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣ ସ୍ଥାନକୁ ମଧ୍ୟ ଲୋକେ ପଲିଥିନ ନେଇ ଯାଇପାରିବେନାହିଁ । ନିର୍ଦ୍ଦେଶନାମାକୁ ଧର୍ମୀୟ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟର ମାଲିକମାନେ ମଧ୍ୟ ମାନିବେ । ଯଦି କେହି ଏହି ଆଇନର ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରିବେଶ ଉଲ୍ଲଙ୍ଘନ ଅ ।ଇନ ୧୯୮୬ ଅନୁସାରେ ଅ।ଇନ ଉଲ୍ଲଙ୍ଘନକାରୀ କମ୍ପାନୀକୁ ୫ବର୍ଷ ଜେଲ କିମ୍ବା ଲକ୍ଷେ ଟଙ୍କା ଜୋରିମାନାର ଦଣ୍ଡବିଧାନ ହେବ । ଏହା ସହ ଦିନକୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଜୋରିମାନା ଅ।ଦାୟ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ